Onn 3

ଅଭିଯୋଗର ୨ବର୍ଷ ପରେବି କାର୍ଯ୍ୟାନୁଷ୍ଠାନ ଶୂନ, ରାସ୍ତାକୁ ନେଇ ଲୋକେ ହିନସ୍ତା

State

ଆଗରପଡ଼ା: ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଗତ ବର୍ଷ ୨୦୨୧ ଜୁଲାଇ ମାସରେ ପଂଚାୟତ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଆସି ସ୍ଥିତି ଆକଳନ କରି ଫେରିବା ପରେ ମଧ୍ୟ ଗ୍ରାମବାସୀମାନେ କୌଣସି ସୁଫଳ ନପାଇବାରୁ ଉକ୍ତ ସମସ୍ୟାକୁ ନେଇ ସେହି ବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ,ବିଧାୟକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଇତି ମଧ୍ୟରେ ଅଭିଯୋଗକୁ ୨ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏଥିପ୍ରତି କେହିବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ସ୍ଥିତ ମଙ୍ଗୁଲି ଗାଁ ଅର୍ନ୍ତଗତ ପତିସାହି ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ସାହି କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି ।

ଏଠାରେ ଶହେରୁ ଉର୍ଦ୍ଦଲୋକ ଲୋକ ବସବାସ କରନ୍ତି । ରାସ୍ତା ଅବସ୍ଥା ଯୋଗୁଁ ଛୋଟ ଛୋଟ କୋମଳମତୀ ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ,କଲେଜ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରିନଥାଏ । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ଏହି ଦିନରେ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରୁନାହିଁ । ରାସ୍ତା ସାରା କାଦୁଅ ପଚପଚ ତେଣୁ ଏପରି ଅବସ୍ଥାରେ ଖାଲିପାଦରେ ଯିବା ମଧ୍ୟ ସମ୍ଭବପର ହୋଇପାରୁନାହିଁ । ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା । ଏହି ପରି ଅବସ୍ଥାରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ସବୁ ସାହିକୁ କଂ୍‌କ୍ରିଟ ରାସ୍ତା ହେଉଥିବା ବେଳେ ମଙ୍ଗୁଲି ଗାଁ ଅର୍ନ୍ତଗତ ପତି ସାହି ରାସ୍ତାରେ ମୋରମ ମୁଠାଏ ପଡ଼ିପାରୁନାହିଁ । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।