Photo3 For The News Of Arpana Ratha

ଆଗରପଡ଼ାରେ ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା :ବନ୍ତ ବ୍ଲକ ସ୍ତରୀୟ ଜୟ ଜଗନ୍ନାଥ ଅର୍ପଣ ରଥର ରବିବାର ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରଫୁଲ୍ଲ ସାମଲ ଶୁଭାରମ୍ଭ କରି ଏହି ରଥ ବନ୍ତ ବ୍ଲକର ୨୫ଗୋଟି ପଂଚାୟତ ଅଂଚଳକୁ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଗୁଆ ଏବଂ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦେବା ସହ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା । ଲୋକେ ଭକ୍ତି ଭାବନା ସହ ଗୁଆ ଓ ଚାଲଳ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ରଥ ପରିକ୍ରମା ବେଳେ ଶତାଧିକ ଲୋକ ସାମିଲ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ସଭ୍ୟା ରୁନିତା ଦାସ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବିଜେଡ଼ି ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟ ସାଧନ ବେଜ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ସରପଂଚ ପ୍ରକାଶ ବିଶ୍ୱାଳ, ସୁଭଦ୍ରା ସିଂହ, ବିନୋଦିନୀ ମହାନ୍ତି, ନିହାର ପଣ୍ଡା, ସମିତି ସଭ୍ୟ ନିର୍ମଳ ନାୟକ, ଜ୍ୟୋତିର୍ମୟୀ ପଣ୍ଡା,ସୁଶିଳା ଜେନା,ଅଶୋକ ପାଣିଗ୍ରାହୀ, ସପନ ସିଂହ, ପପୁ ମହାନ୍ତି, ପ୍ରିତିସ ଶତପଥି, ଜିତେନ୍ଦ୍ର ଶତପଥି, ଦୀପ୍ତିକାନ୍ତ ଜେନା, ଜିତେନ୍ଦ୍ର ଷଡ଼ଙ୍ଗୀ, ଅଧ୍ୟାପକ ଡ଼ଃ ହରିହର ଦାସ, ଜୈନୁଲ ଆବେଦିନ, ବାବୁରାମ ମଲ୍ଲିକ, କେଶବ ସିଂହ, ଲିଟୁଆ ସିଂହ ଏବଂ ବସନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ । ପରେ ଅର୍ପଣ ରଥ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅବସ୍ଥାନ କରିଥିଲା । ଏବଂ ଆସ୍ତନ୍ତା କାଲିଠୁ ଏହା ବିଭିନ୍ନ ପଂଚାୟତ ପରିକ୍ରମା କରିବାର ସୂଚନା ମିଳିଛି ।