Wewe

ମୟୂରୀ ପକ୍ଷରୁ ହେଲୋ ୨୦୨୪ ସ୍ବାଗତ କାର୍ଯ୍ୟକ୍ରମ, ବାଦ୍ୟ ଓ ନୃତ୍ୟରେ ଝୁମିଲେ ଦର୍ଶକ

State

ବାରିପଦା: ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ତରଫରୁ ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରସ୍ଥ ବ୍ୟାଣ୍ଡ ଷ୍ଟାଣ୍ଡ ଠାରେ ଇଂରାଜୀ ନବବର୍ଷ କୁ ସ୍ବାଗତ ପାଇଁ ହେଲୋ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୀତ , ନୃତ୍ୟ ଓ ବାଦ୍ୟର ତାଳେ ତାଳେ କୁନି କୁନି ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ନୂତନ ବର୍ଷ କୁ ସ୍ବାଗତ କରିଥିଲେ। ମକରିଆ ଶୀତୁଆ ଅପରାହ୍ନ ରେ ଶିଶୁ ଉଦ୍ୟାନ ପରିସର ରଙ୍ଗ ବେରଙ୍ଗ ପୋଷାକ ରେ ସୁସଜ୍ଜିତ ର କୁନି କୁନି ପିଲାମାନଙ୍କ କୋଳାହଳରେ ଉଲ୍ଲସି ଉଠିଥିଲା। ପ୍ରାରମ୍ଭରେ ପୂର୍ଣ୍ଣଚନ୍ଦ୍ର ଉ ପ୍ରା ବିଦ୍ୟାଳୟ ର ଛାତ୍ରୀମାନେ ସମ୍ବଲପୁରୀ ଭଜନ ଝୁଲି ଝୁଲି ଆସୁଛି ରେ କଲାବଦନରେ ନୃତ୍ୟରେ ଉପସ୍ଥିତ ସହ କଳାକାର ଙ୍କ ସମେତ ଅତିଥି ଓ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ପରେ ପରେ ମୟୂରଭଞ୍ଜର ଲୋକପ୍ରିୟ ଲୋକ ଗୀତ ମୟୂରଭଞ୍ଜିଆ ଛାନା ଆମି ମୟୂରଭଞ୍ଜିଆ ଗୀତକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ର ନୃତ୍ୟାଙ୍ଗନା ମାନେ। ପୂର୍ଣ୍ଣଚନ୍ଦ୍ରପୁର ଉ ପ୍ରା ବିଦ୍ୟାଳୟ ର ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ସଙ୍ଗୀତ ରୂପକ ଆମେ ପଢିବା ପରିବେଷିତ ହୋଇଥିଲା l ଏହି ନୃତ୍ୟରେ ମୁଗ୍ଧ ହୋଇ ଉପସ୍ଥିତ ଅତିଥି ପ୍ରଭାତ ମଞ୍ଜରୀ ଦାସ ଶର୍ମା ୫୦୫ ଟଙ୍କା ପ୍ରୋତ୍ସାହନ ରାଶି ଦେଇ ପୁରସ୍କୃତ କରିଥିଲେ। ପରେ ପରେ ଓହୋ ରେ ଓହୋ ରେ ନୃତ୍ୟ ରେ ଦର୍ଶକ ବିଭୋର ହେବା ପରେ ବାଦ୍ୟ ବିଚିତ୍ରା କୁ ନେଇ ମଞ୍ଚ ରେ ବାଦ୍ୟ ଯନ୍ତ୍ର ଗୀଟାର ପରିବେଷଣ କରିଥିଲେ ସ୍କୁଲ୍ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ର କୁନି କୁନି କଳାକାର ମାନେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଦର୍ଶକ ଙ୍କ ଅନୁରୋଧ କ୍ରମେ ମାଟି ମାଟି ନୃତ୍ୟ ପରିବେଷିତ ହୋଇଥିଲା। ଶିଶୁ ଉଦ୍ୟାନ ରେ ଭରପୁର ଦର୍ଶକ ନୃତ୍ୟ ଓ ଗୀତର ସନ୍ଧ୍ୟାକୁ ଉପଭୋଗ କରିଥିବା ବେଳେ ପିଲାଙ୍କ ପ୍ରତିଭାର ବିକାଶ ନିମିତ୍ତ ମୟୂରୀ ପରିବାର ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଥିବାରୁ ଦର୍ଶକ ବେଶ୍ ପ୍ରଶଂସା କରୁଥିଲେ l ଅନୁଷ୍ଠାନ ର ସଦସ୍ୟ ବିଳ୍ପବ ଦାଶ ମଞ୍ଚ ପରିଚାଳନା କରିଥିଲେ l

ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ର ସଂପାଦକ ସଞ୍ଜୟ କୁମାର ଚୌଧୁରୀ ଙ୍କ ପ୍ରତ୍ୟେକ୍ଷ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ ବନଜା ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟିର ଉପସଭାପତି ମନୋଜ କୁଆଁର, କମିଟିର ମୁଖ୍ୟ ପରାମର୍ଶ ଦାତା ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ତରୁଣ କୁମାର ଓଝା, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଶ୍ୟାମ ସୁନ୍ଦର୍ ଦାସ, ଡଃ ମିନତୀ ମଲ୍ଲିକ, ସୁନୀତା କୁଆଁର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଲତା ମହାପାତ୍ର , ଅବସର ପ୍ରାପ୍ତ ସିଡିପିଓ ପ୍ରିତିସୁଧା ତ୍ରିପାଠୀ, ସ୍କୁଲ୍ ଆଫ ଆର୍ଟ ଏଣ୍ଡ କ୍ରାଫ୍ଟ ର ନିର୍ଦ୍ଦେଶିକା ପ୍ରଣତି ପଟ୍ଟନାୟକ, ସମାଜସେବୀ ପ୍ରଣତି ଦାସ, ଆକାଶବାଣୀ ବାରିପଦା ର ଘୋଷକ ରେଣୁବାଳା ରଥ, କିଚକ ବେହେରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।