Img 20240107 Wa0236

ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ ଯାପିତ

State

ବାରିପଦା : ରାଜ୍ୟସ୍ତରୀୟବାଲବୈଜ୍ଞାନିକପ୍ରଦର୍ଶନୀସ୍ଥାନୀୟ ଏମ୍ କେ ସି ସରକାରୀ ଉଚ୍ଚବିଦ୍ୟାଳୟଠାରେ ଗତ ୫ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖରେ ଉଦ୍‌ଯାପିତ ହୋଇ ଯାଇଛି। ଉଦଯାପନୀଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜସ୍ଵ ବିଭାଗର ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇହିତାଧିକାରୀଙ୍କୁ ସେମାନେ ହେଲେ ଭାରତୀ ବେହେରା, ବବିତା ସିଂ, ହରପ୍ରିୟା ନାଏକ, ସିପ୍ରା ବେରା, ପୂର୍ଣ୍ଣିମା ମୁଣ୍ଡା,ରଶ୍ମିରଞ୍ଜନ ମହାନ୍ତ, ଚାଣକ୍ୟଦଳେଇ, ଆଶୀଷ କୁମାର ଗିରିଆଦି୮ ଜଣଙ୍କୁପୁନଃଥଇଥାନ ଯୋଜନାରେନିଯୁକ୍ତିପତ୍ର ବଣ୍ଟନ କରିଥିଲେ।। ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ସାରସକଣା, ଶ୍ରୀବୁଡାନ୍ମୁର୍ମୁ ତଥା କେବି କେଯଶିପୁରର ବରିଷ୍ଠ ବୈଜ୍ଞାନିକ ଡ଼ଃ ଦୀପକ୍ କୁମାର ମହାନ୍ତି ମହୋଦୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ , ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ ମହାନ୍ତି, ନିତ୍ୟାନନ୍ଦ ବାରିକ୍ ଦିପ୍ତି ନାୟକ ଓ ଏମ୍ କେ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀ ଟୁଡୁ ପ୍ରମୁଖ ଯୋଗ ଦେଇ ୫ଟି ଉପବିଷୟ ବସ୍ତୁ ରେ ଯୋଗ ଦେଇଥିବା ୧୫୦ ଟି ପ୍ରକଳ୍ପ ମଧ୍ୟରୁ ୨୫ ଗୋଟି ମନୋନୀତ ହୋଇଥିବା କୁନି ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରିଥିଲେ। ସ୍ୱାସ୍ଥ୍ୟ ବିଭାଗରୁ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ ନୂଆଗାଁର ୧୦ମ ଶ୍ରେଣୀର ଛାତ୍ରୀ ପ୍ରତ୍ୟୁଷା ପ୍ରିୟ ଦର୍ଶନୀ ସାହୁ , ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ,ଦୃବନ୍ଧର ନବମ ଶ୍ରେଣୀର ଛାତ୍ର ଏସ୍ ସୁରଜ କୁମାର, କନ୍ଧମାଳ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁବୁଧାବାଡ଼ିର ୯ମ ଶ୍ରେଣୀ ଛାତ୍ରୀ ମୌସୁମୀ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତବାଲୁକେଶ୍ୱର ନୋଡ଼ାଲ ବି.ପି. ବଳଭଦ୍ରପୁରର ଦଶମ ଶ୍ରେଣୀରଛାତ୍ରୀ ସାଇ ଗଙ୍ଗୋତ୍ରୀ ସିଂ, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଳି ପିଙ୍ଗଳ ର ୮ମ ଶ୍ରେଣୀ ଛାତ୍ରୀ ଇପ୍ସିତା ବେହେରା । ସେହିପରି ଲାଇଫ୍ ଉପବିଷୟବସ୍ତୁରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସରସ୍ଵତୀ ବିଦ୍ୟା ମନ୍ଦିର, ଟମାଣ୍ଡୋର ୮ମ ଶ୍ରେଣୀର ଛାତ୍ର ରୋହନ ଲାଲ ମହାନ୍ତି , କୋରାପୁଟ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟକୋଟପଡ଼ାର ୯ମ ଶ୍ରେଣୀ ଛାତ୍ର ଆଦିତ୍ୟ ବିଶ୍ୱାସ, ରାୟଗଡ଼ା ଜିଲ୍ଲା ଓ.ଏ ଭି, କାଶୀପୁର ୯ମଶ୍ରେଣୀ ଛାତ୍ର ରାହୁଲ କୁମାର ଦାସ, ଭଦ୍ରକ ଜିଲ୍ଲା ସିଦ୍ଦେଶ୍ଵର ୟୁ ପି ସ୍କୁଲ ୭ମ ଶ୍ରେଣୀ ଛାତ୍ରୀ ମୁକ୍ତ।ମଞ୍ଜରୀ ସାମଲ,ଗଞ୍ଜାମ ଜିଲ୍ଲା ଶ୍ରୀ ଗୋପୀନାଥ ସ୍ୱାମୀ ଭି ପିବେଣୀପାଲିର ୧୦ମଶ୍ରେଣୀ ଛାତ୍ର ସୁମନ ନାୟକ । ସେହିପରି କୃଷି ବିଭାଗରେ ମୟୂରଭଞ୍ଜ ଜିଲ୍ଲା ଓଏ ଭିଜୁଆଳିଆ ୯ ମ ଶ୍ରେଣୀ ଛାତ୍ର ସୁଜଲ ଗୁପ୍ତା ,ନବରଙ୍ଗପୁର ଜିଲ୍ଲା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ,ମଝିଧାନୁଆଁର ୧୦ମ ଶ୍ରେଣୀ ଛାତ୍ର ମଦନମୁରିଆ , କେନ୍ଦୁଝର ଜିଲ୍ଲାସରକାରୀ ଉଚ୍ଚପ୍ରାଥମିକବିଦ୍ୟାଳୟ ଗୋବିନ୍ଦପୁର ର୭ମଶ୍ରେଣୀର ଛାତ୍ରୀ ସୁକ୍ତରା ଶେଖ୍, କେନ୍ଦ୍ରାପଡ଼ା ଜିଲ୍ଲା କୁଣ୍ଡନାଗରୀଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀରଛାତ୍ରୀ ଅନ୍ୱେଷା ମହାପାତ୍ର, ଦେବଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ,ତରାଙ୍ଗ୍ ର ୧୦ମ ଶ୍ରେଣୀ ଛାତ୍ର ବିଶ୍ଵନାଥ ସ୍ୱାଇଁ|

ପରିବହନ ଓ ଯୋଗାଯୋଗ ବିଭାଗରେ ନୟାଗଡ଼ ଜିଲ୍ଲା ଓ ଏ ଭିନୋଟାରର ୮ମ ଶ୍ରେଣୀ ଛାତ୍ର ଭବେଶତ୍ରୀପାଠୀ । ଖୋର୍ଦ୍ଧା ଜିଲ୍ଲାର ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଗୋଲାବାଇର ୯ମ ଶ୍ରେଣୀ ଛାତ୍ରୀ ବିଶ୍ଵ ବନ୍ଦିତାରାଉତ ଭେରମା,ମୟୂରଭଞ୍ଜ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟଡ଼ିହିରାକୁଳ ର ୧୦ମ ଶ୍ରେଣୀ ଛାତ୍ର ବିଶ୍ୱଜିତ୍ସେନାପତି, ନୂଆପଡ଼ା ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ, ନିଲୀ ର ୧୦ମ ଶ୍ରେଣୀ ଛାତ୍ରୀ ପ୍ରମୋଦିନୀ ସ, ଗଜପତି ଜିଲ୍ଲା ରାଜୀବ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ୯ମ ଶ୍ରେଣୀ ଛାତ୍ରୀ ଜିରେନୁଶ୍ରୀ।ସେହିପରିକମ୍ପ୍ୟୁଟେସନାଲ ଥିକିଙ୍ଗ୍ ବିଭାଗରେ ରାୟଗଡ଼ା ଜିଲ୍ଲାଓ ଏ ଭିକୋଲନାରା ର ଦଶମ ଶ୍ରେଣୀରଛାତ୍ର ଓଁ ପ୍ରକାଶ ଜେନା , ନୂଆପଡ଼ା ଜିଲ୍ଲା ରାଜା ଏ ଟି ସରକାରୀ ଉଚ୍ଚ ବିଦ୍ୟାଳୟଖୋରିଆର ର ଦଶମ ଶ୍ରେଣୀରଛାତ୍ର ନିଶଙ୍କ କୁମାର ବାଗ, କଟକ ଜିଲ୍ଲା ବିଦ୍ୟାମନ୍ଦିର ଏଲ୍ ବି ନଗର ର ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ରାଉତ, ଦେବଗଡ଼ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରିୟାମାଳ ର ଦଶମ ଶ୍ରେଣୀର ଛାତ୍ର ପିୟୂଷ ପ୍ରଧାନ,ସୁବର୍ଣ୍ଣପୁର ଜିଲ୍ଲା ସରକାରୀନୋଡ଼ାଲ ଉଚ୍ଚବିଦ୍ୟାଳୟ ରାମପୁରର ଦଶମ ଶ୍ରେଣୀର ଛାତ୍ରୀ ସୃତିସ୍ମିତା ପାଢୀ ଆଦି ରାଜ୍ୟ ସ୍ତରୀୟବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ରେ କୃତକାର୍ଯ୍ୟ ହୋଇଛନ୍ତି। ଏଣୁଚ଼ଳିତମାସ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ବି ଆଇ ଟି ଏମ୍କଲିକତା ଠାରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନ୍ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।ମଞ୍ଚାସୀନ ଅତିଥି ମାନଙ୍କୁ ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାପାଳର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ପରିଚୟ ପ୍ରଦାନ କରିଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟରାଇରଙ୍ଗପୁରର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦମଞ୍ଜ ପରି ଚାଳନା କରିଥିଲେ ଓ ପୂର୍ଣ୍ଣଚନ୍ଦ୍ରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂପୁରସ୍କାର ବିତରଣରେ ସହଯୋଗ କରିଥିଲେ ଉକ୍ତ ଦିନ ଗୁଡ଼ିକର କାର୍ଯ୍ୟକ୍ରମ ଗୁଡିକୁ ପ୍ରସାର ଓ ପ୍ରଚାର ନିମନ୍ତେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାପାଇଁସମଗ୍ର ଶିକ୍ଷାର ଭିନ୍ନକ୍ଷମ ସଂଯୋଜକନିରଞ୍ଜନ ନାୟକ, ଜଗବନ୍ଧୁ ଉଚ୍ଚବିଦ୍ୟାଳୟବାଲି ଯୋଡ଼ାର ଗଣିତ ଶିକ୍ଷକଶ୍ରୀଯୁକ୍ତ ଦୀପକ୍ ରାମ ଓସରକାରୀ ଉଚ୍ଚ ବିଦ୍ୟାଳୟମାଧପୁରରବିଜ୍ଞାନ ଶିକ୍ଷକ ସୁବ୍ରତ କିଶୋର ଆଚାର୍ଯ୍ୟପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସମସ୍ତ ଜିଲ୍ଲାରୁ ଆସିଥିବା କୁନି ନୈଜ୍ଞାନିକ, ମାର୍ଗଦର୍ଶକ ଶିକ୍ଷକ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ରାଜ୍ୟସ୍ତରୀୟବାଲ୍ବୈଜ୍ଞାନିକ ପ୍ରଦର୍ଶନୀ ସଫଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।