ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦେଶକ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ , ବାରିପଦା ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଡ଼କ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ, ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ବାରିପଦାସ୍ଥିତ ଲେଡି ହାମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟରେ ଓଏଭି, ଠାକୁରମୁଣ୍ଡା ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନୁଷ୍କା ପଲେଇ , ଓଏଭି, ଶୁଳିଆପଦା ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଉଶାଷୀ ମହାନ୍ତ, କେନ୍ଦ୍ରୀୟ ବିଦ୍ୟାଳୟ, ବାରିପଦା -୧ ର ସପ୍ତମ ଶ୍ରେଣୀର ଛାତ୍ରୀ ଦିବ୍ୟାସିନୀ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ରେ ଓଏଭି, ଗରୁଡ଼ବସା, ବେତନଟୀ ର ନବମ ଶ୍ରେଣୀର ଛାତ୍ରୀ ଜାହ୍ନବୀ ପଢିଆରୀ , ଓଏଭି, ରାଣୀଭୋଳ, ବାରିପଦା ର ଦଶମ ଶ୍ରେଣୀର ଛାତ୍ର ଅରୁଜ୍ୟୋତି ପ୍ରଧାନ ,ଓଏଭି, ମୋରଡା ର ଦଶମ ଶ୍ରେଣୀ ର ଛାତ୍ରୀ ଶ୍ରେୟାସୀ ବାରିକ ଓ କେନ୍ଦ୍ରୀୟ ବିଦ୍ୟାଳୟ, ବାରିପଦା-୧ ର ନବମ ଶ୍ରେଣୀର ଛାତ୍ର ବ୍ରିଜ ମୋହନ ଦେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ଯୁଗ୍ମ ତୃତୀୟ ହୋଇଛନ୍ତି l
ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟରେ ଓଏଭି, ଠାକୁରମୁଣ୍ଡା ର ଦ୍ୱାଦଶ ଶ୍ରେଣୀ ର ଛାତ୍ରୀ ତନୁଜା ମହାନ୍ତ ,ମହାରାଜା ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଚନ୍ଦ୍ରଲେଖା ମାରିଙ୍ଗାନ୍ତି ,ଓଏଭି, ବଡ଼ସାହିର ଦ୍ୱାଦଶ ଶ୍ରେଣୀର ଛାତ୍ର ନିରାକର ରାଉତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ବକ୍ତୃତା ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୀନାରାଣୀ ପାତ୍ର ଉଦଘାଟନ କରିଥିଲେ l ସ୍ୱାଗତଭାଷଣ ଶିକ୍ଷକ ଡ଼ ଶଶୀଧର ବିଶ୍ୱାଳ କରିଥିଲା ବେଳେ ଧନ୍ୟବାଦ ଅର୍ପଣ ଶିକ୍ଷକ ମନୋଜ ପରିଡା, ପ୍ରତିଯୋଗିତା ପରିଚାଳନା ଶିକ୍ଷକ ଦୀପକ ରାମ, ଟାଇମ କିପର ଚିନ୍ମୟୀ ଦାସ କରିଥିଲେ l ବିଚାରକ ଭାବେ ଆଞ୍ଚଳିକ ମହାବିଦ୍ୟାଳୟ, ଗଡିଆର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାମଲ, ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦାର ଅବସରପ୍ରାପ୍ତ ଶିକ୍ଷକ ଅତୁଲ କୁମାର ପରିଡା, କମଳା ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦାର ଶିକ୍ଷୟତ୍ରୀ ମମତା ସାହୁ, ଶରତଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦାର ଶିକ୍ଷୟତ୍ରୀ ବର୍ଣ୍ଣlଳୀ ରାଉତ, ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସୁବୋଧ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ l କୃତି ପ୍ରତିଯୋଗୀମାନଙ୍କୁ ଏପ୍ରିଲ ୧୪ ତାରିଖ ଦିନ ବାରିପଦାସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ତ୍ରିରଙ୍ଗା କ୍ଳବ ନିକଟରେ ଜିଲ୍ଲାସ୍ତରୀୟ ଡକ୍ଟର ବି. ଆର. ଆମ୍ବେଦକର ଜୟନ୍ତୀ, ୨୦୨୫ ପାଳନ ସମାରୋହରେ ପୁରସ୍କୃତ କରାଯିବ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତ,ଶିକ୍ଷୟିତ୍ରୀ ଅନୁପମା ବେହେରା, ସିଲିସ୍ୱପ୍ନା ପଟ୍ଟନାୟକ, ନିକିତା ବଳ, ଧରିତ୍ରୀ ମହାନ୍ତ, ମୋନାଲିସା ମାସନ୍ତ, ଶିକ୍ଷା କର୍ମଚାରୀ ସମ୍ବିତ କୁମାର ମହାପାତ୍ର ତଥା ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଅଫିସ ସହାୟକ, ଶିକ୍ଷା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l