Img 20240107 Wa0262

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଠ ପଢିଥିବା ସ୍କୁଲର ଛାତ୍ରଛାତ୍ରୀ ଙ୍କ ଷ୍ଟୁଡିଟୁର୍

State

ବାରିପଦା: ମହାମହିମ ରାଷ୍ଟ୍ରପତି ବାଲ୍ୟଶିକ୍ଷା ଲାଭ କରିଥିବା ପୈତୃକ ଗ୍ରାମ ଉପରବେଡା ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଷ୍ଟୁଡିଟୁର୍ ରେ ନନ୍ଦନକାନନ ଯାଇଛନ୍ତି। ଓଡ଼ିଶା ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପିସିସି ଏଫ୍ (ବନ୍ୟପ୍ରାଣୀ) ଙ୍କ ନିର୍ଦ୍ଦେଶନାରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ ଙ୍କ ସହାୟତା ରେ ଏବଂ ବାଦାମ ପାହାଡ ବନାଞ୍ଚଳ ଅଧିକାରୀ ଶ୍ରୀ ରମାକାନ୍ତ ମାଝୀ ଙ୍କ ତତ୍ବାବଧାନରେ ଉପରବେଡା ପ୍ରାଥମିକ ବିଦ୍ୟାଳୟ ର ୭୮ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କୁ ମିଶାଇ ମୋଟ ୧୦୫ ଜଣ ଏହି ଷ୍ଟୁଡି ଟୁର୍ ରେ ଯାଇଛନ୍ତି। ବସ୍ ଯୋଗେ ଯାଇଥିବା ଏହି ଷ୍ଟୁଡି ଟୁର୍ ଯାତ୍ରିଙ୍କୁ ଉପରବେଡା ଠାରେ ବନାଞ୍ଚଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସେମାନଙ୍କର ଯାତ୍ରାର ସମସ୍ତ ସୁବିଧା ବ୍ୟବସ୍ଥା ବନାଞ୍ଚଳ ଅଧିକାରୀ ଶ୍ରୀ ମାଝୀ ସମେତ ବନପାଳ ଶୋଭା ଲକ୍ଷ୍ମୀ ପାତ୍ର ଓ ସହକର୍ମୀ ଉପସ୍ଥିତ ରହି ବୁଝିଥିଲେ।ଏ ଭଳି କାର୍ଯ୍ୟକ୍ରମ ପ୍ରେରଣା ଦାୟୀ ଓ ଉତ୍ସାହ ପ୍ରଦ ବୋଲି ଅଭିଭାବକ ମହଲରେ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।