Election

ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ

State

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ଚାରି ଗୋଟି ବୁଥ୍ ରୁ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହି ଚାରି ଗୋଟି ମତଦାନ କେନ୍ଦ୍ର ଗୁଡିକ ହେଲା ବୋଡ଼େନ ବ୍ଲକ ପାଟଧରା, କାଠଫେର ଓ କୋମନା ବ୍ଲକ ଜାମଗାଁ ଓ ଦେଓସିଲ । ଅପରାହ୍ନ ୪ଟାରେ ମତଦାନ ସରିବା ପରେ ପୋଲିଂ ପାର୍ଟି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରେ ୫ ଟାରେ ପହଞ୍ଚିଥିଲେ ।

ତେବେ ଅନ୍ୟ ତିନୋଟି ମତଦାନ କେନ୍ଦ୍ରରେ ବର୍ତ୍ତମାନ ଯାଏଁ ମତଦାନ ଚାଲିଥିବା ବେଳେ ତାକୁ ଆଣିବା ପାଇଁ ଅନ୍ୟ ବ୍ୟବସ୍ଥା କରାଯାଉଛି, ବର୍ତ୍ତମାନ ଆଲୋକ ଅଭାବ ଯୋଗୁଁ ହେଲିକପ୍ଟରରେ ଆଣିବା ସମ୍ଭବ ହେବନାହିଁ ବୋଲି ନୂଆପଡ଼ା ଏସପି କହିଛନ୍ତି । ଗତ ନିର୍ବାଚନ ତୁଳନାରେ ଚଳିତବର୍ଷ ଅଧିକ ମତଦାନ ହୋଇଛି, ଅନେକ ମତଦାନ କେନ୍ଦ୍ରରେ ଭୋଟ୍ ମଧ୍ୟ ହୋଇନାହିଁ ।

ହେଲେ ଚଳିତ ବର୍ଷ ସେହି ସ୍ଥାନରେ ମଧ୍ୟ ମତଦାନ ହୋଇଛି । ମାଓ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ମନରେ ଭୟ ଥିଲା ହେଲେ କଡା ସୁରକ୍ଷା ଲୋକଙ୍କ ସହଯୋଗରେ ଶୁରୁଖୁରୁ ମତଦାନ ହୋଇଛି । ଏହା ଏକ ନୂଆ ଅନୁଭୂତି ବୋଲି ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ କହିଛନ୍ତି । ଏହା ସବୁ ଟିମ୍ ୱାର୍କ ଓ ବିଶେଷ କରି ନିର୍ବାଚନ ଦାଇତ୍ତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ।