Defult onn2

ଆଗରପଡ଼ା ଯୁବ ମହୋତ୍ସବ ୬ଷ୍ଠ ସନ୍ଧ୍ୟା, ସୁରମନ୍ଦିର ନୃତ୍ୟ ଶିଳ୍ପୀଙ୍କ ନୃତ୍ୟରେ ବିମୋହିତ ଦର୍ଶକ

State

ଆଗରପଡ଼ା:ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାସ୍କି ଠାରେ ୨ୟ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ କମିଟି କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପୌର ପରିଷଦ ଅଧ୍ୟକ୍ଷ ଗୁଲମକୀ ହବିବ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁଜାତା ଜେନା,ବିଜେପି ନେତ୍ରୀ ସଂଗମିତ୍ରା ପଣ୍ଡା,ଡ଼କ୍ଟର ଦାମୋଦର ପଣ୍ଡାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶିକ୍ଷାବିତ୍ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ ।

କୋଷାଧ୍ୟକ୍ଷ ନୃସିଂହ ଚରଣ ଖୁଣ୍ଟିଆ ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚରେ ଶିକ୍ଷକ ଅନନ୍ତ ଜେନା ,କ୍ରୀଡ଼ା ଶିକ୍ଷକ ଯଶୋବନ୍ତ ସିଂହ,ବାବାଜୀ ସେଠୀ,କମଳା ମିଶ୍ର,କୈଳାସ ସାହୁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପରେ ଓଡ଼ିଶାର ସୁପ୍ରସିଦ୍ଧ ନୃତ୍ୟ ଟ୍ରୁପ ସୁରମନ୍ଦିର ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ଦର୍ଶକକୁ ବିମୋହିତ କରିଥିଲା ।