Sdfasd

କାର ଓ ବାଇକ ମୁହାଁମୁହିଁ; ୩ ଆହତ

State

ଆଗରପଡ଼ା:ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତ ଅନ୍ତର୍ଗତ କୁଣ୍ଡି ଗ୍ରାମର ଜଗନ୍ନାଥ ପୃଷ୍ଟିଙ୍କ ପୁଅ ଗୋବିନ୍ଦ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହ ବାଇକ ଯୋଗେ ଶ୍ୱଶୁର ଘର କୁପାରୀ କଇଥଗଡ଼ିଆକୁ ଯାଉଥିଲେ । ବର୍ତ୍ତନା ବଜାର ଠାରେ ଅପରପାଶ୍ୱର୍ରୁ ଏକ କାର ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଯଦ୍ୱାରା ବାଇକରୁ ସମସ୍ତେ ଛିଟିକି ପଡ଼ିଥିଲେ । ଏଥିରେ ଗୋବିନ୍ଦଙ୍କ ମୁଣ୍ଡ ଫାଟିଥିବା ବେଳେ ପୁଅ ଦିପଙ୍କର ଓ ଶୁଭଙ୍କର ଆହତ ହୋଇ ଆଗରପଡ଼ା ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି ।