Img 20240410 Wa0145

ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବନାଞ୍ଚଳ ଅନ୍ତର୍ଗତ ଭାତଛତର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନ ରଙ୍ଗାମାଟିଆ ଗ୍ରାମର ଦମ୍ପତି ନୁନାରାମ ମୁର୍ମୁ ଏବଂ ସୀତା ମୁର୍ମୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ସ୍ବାମୀ ନୁନାରାମ ମୁର୍ମୁ ଓ ସ୍ତ୍ରୀ ସୀତା ମୁର୍ମୁ ନିକଟସ୍ଥ ଜଙ୍ଗଲକୁ ଯାଇ ଶାଗ ତୋଳୁଥିବା ସମୟରେ ହଠାତ୍ ଏକ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ।ଭାଲୁ ନୁନାରାମକୁ ଆକ୍ରମଣ କରିଥିବାବେଳେ ସ୍ଵାମୀ ସ୍ତ୍ରୀ ପ୍ରାଣ ଭୟରେ ଚିତ୍କାର କରିଥିଲେ । ଗ୍ରାମବାସୀ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିବାରୁ ଭାଲୁ ଭୟରେ ଜଙ୍ଗଲ ଭିତରକୁ ପଳାଇଥିଲା । ପତ୍ନୀ ସୀତା ମୁର୍ମୁ ଅଳ୍ପକେ ରକ୍ଷା ପାଇଗଲେ ।ନୁନାରାମକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣା ଯାଇ ଚିକିତ୍ସା କରାଯାଉଛି ।ବନ ବିଭାଗ କର୍ମଚାରୀ ଡାକ୍ତରଖାନା ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝାବୁଝି କରୁଛନ୍ତି ।