Irani

ବିଜେଡିରେ ଯୋଗ ଦେଲେ ଇରାନୀ ରୟ

Politics State

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଉଭୟ କିନ୍ତୁ ନିର୍ବାଚନରେ ସେମାନେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ। ଏବେ କିନ୍ତୁ ବିଜେଡିରେ ଯୋଗ ଦେଇଛନ୍ତି।

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ଇରାନୀ ରୟ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏହି ସମୟରେ ଦଳର ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିରୁ ନୟାଗଡ଼ ବିଧାନସଭା ଆସନ ପାଇଁ ଇରାନୀ ଆଶାବାଦୀ ଥିଲେ। କିନ୍ତୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କୁମାରୀଙ୍କୁ ପ୍ରାର୍ଥୀ କରିବ ବୋଲି ବିଜେପି ଯୋଜନା କରିଥିବା କୁହାଯାଉଛି। ତେଣୁ ଇରାନୀ ଟିକେଟ୍ ପାଇବା ନେଇ ଅନିଶ୍ଚତତା ଥିଲେ । ଆଉ ଏହି ସମୟରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି।

ପୂର୍ବତନ ସାଂସଦ ପ୍ରତ୍ୟୁଷା ସ୍ୱାମୀଙ୍କ ଦେହାନ୍ତ ପରେ ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ । ହେଲେ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ଗତ ନିର୍ବାଚନରେ ଟିକେଟ ନ ମିଳିଥିଲେ ମଧ୍ୟ ଏଥର ତାଙ୍କୁ ଦୃଢ଼ ଦାବିଦାର ଭାବେ ବିବେଚନା କରାଯାଉଛି।