Fake Note

ଜାଲ ନୋଟ କାରବାରରେ ଓଡ଼ିଶା ଲିଙ୍କ, ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଓଡିଶାର

State

ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ମଦ୍ରାସାରେ ନକଲି ନୋଟ୍ ରାକେଟର ପର୍ଦାଫାସ ହୋଇଛି ।  ଏହି ରାକେଟରେ ପୋଲିସ ମଦ୍ରାସାର ପ୍ରିନ୍ସିପାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି  । ଯେଉଁଥିରୁ ଦୁଇ ଜଣ ଭଦ୍ରକର ତଫସିରୁଲ ଆରିଫିନ୍ ଓ ଜାହିର ଖାନ୍ ବୋଲି ଜଣାପଡ଼ି ଛି।

ସୂଚନା ଅନୁସାରେ ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ଗତ ୨୮ ତାରିଖରେ ସନ୍ଦେହ ଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ରେଡ୍ କରିଥିଲା ପୋଲିସ ।  ମଦ୍ରାସାରୁ ପ୍ରିଣ୍ଟର ସହ ୧୩ ଶହଟି ଜାଲ୍ ଶହେ ଟଙ୍କିଆ ଜବତ ହୋଇଛି  । ଏହି ଗ୍ୟାଙ୍ଗ ନକଲି ନୋଟ୍ ଛାପିବା, ସ୍କାନିଂ କରିବାରେ ସମ୍ପୃକ୍ତ ଥୁଲା ପୋଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ୍, କଏନ, ଗୋଟିଏ ଲାପଟପ୍ , ଗୋଟିଏ ପ୍ରିଣ୍ଟର, ଉଚ୍ଚ ମାନର ସ୍କାନର ଓ ନକଲି କାରବାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।  ଅଭିଯୁକ୍ତମାନେ ୧୦୦ ଟଙ୍କିଆ ନକଲି ନୋଟ୍ ତିଆରି କରୁଥିଲେ କାରଣ ଲୋକମାନେ ସାଧାରଣତଃ ଛୋଟ ନୋଟର ସତ୍ୟତା ଯାଞ୍ଚ କରନ୍ତି ନାହିଁ ।  ଅଭିଯୁକ୍ତମାନେ ହେଲେ ମହମ୍ମଦ ତଫସିରୁଲ ଆରିଫିନ୍, ମହମ୍ମଦ ଅଫଜଲ, ମହମ୍ମଦ ସାହିଦ ଓ ଜାହିର ଖାନ୍ ଓରଫ ଅବଦୁଲ ଜାହିର ।

ଅନ୍ୟପଟେ ଜାହିର ୭ ବର୍ଷ ହେଲା ପ୍ରୟାଗରାଜ ମାଦ୍ରାସରେ ରହି ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।  ଗତ ୮ ଦିନ ପୂର୍ବରୁ ଜାହିର ସେଠାରେ ଏକ ଜାଲ ନୋଟ କାରବାରରେ ଘଟଣାରେ ପୋଲିସ ଗିରଫ କରିଥିବା ନେଇ ଫୋନ ଆସିଥିବା ଅଭିଯୁକ୍ତର ବାପା ସାଜିଦ କହିଛନ୍ତି । ଘଟଣାରେ ବାସୁଦେବପୁର ପୋଲିସ ସାଜିଦଙ୍କୁ ଡାକି ପଚାର ଉଚରା କରିଥିବା ସୂଚନା ମିଳିଛି ।  ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ଗତ ୨୮ ତାରିଖରେ ସନ୍ଦେହ ଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ରେଡ୍ କରିଥିଲା ପୋଲିସ ।  ମଦ୍ରାସାରୁ ପ୍ରିଣ୍ଟର ସହ ୧୩ ଶହଟି ଜାଲ୍ ଶହେ ଟଙ୍କିଆ ଜବତ ହୋଇଛି ।  ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।