Onn 3

ଶ୍ରୀଅରବିନ୍ଦ ସାଧନାପୀଠରେ ସିଦ୍ଧି ଦିବସ ପାଳନ

State

ଆଗରପଡ଼ା:ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠରେ ସିଦ୍ଧି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାଧନାପୀଠ ସଭା ଗୃହରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଦ୍ଧି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସାଧାରଣ ସଭାରେ ଏକ ଆଲୋଚନା ଚକ୍ର ଉପସ୍ଥିତ ମାତୃପ୍ରେମୀ ମାନଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ଶ୍ରୀକୃଷ୍ଣଙ୍କ ଚେତନା (ଅଧିମାନସ ଚେତନା)ଶ୍ରୀଅରବିନ୍ଦଙ୍କ ଭୌତିକ ଶରୀରରେ ସମାହିତ ହୋଇଥିବା ଉକ୍ତ ଦିବସର ବିଶେଷତ୍ୱ ।

ଉକ୍ତ ସଭାରେ ଆଧ୍ୟାତ୍ମିକ ସଭା ଚେତନା ଓ ଅଧିମାନସ ଚେତନା ସମ୍ବନ୍ଧରେ ଏକ ଗଭୀର ଅନୁଶୀଳନ କରାଯାଇଥିଲା । ମା’ଙ୍କ ମ୍ୟୁଜିକ୍ ସହିତ ଧ୍ୟାନ,ଦୁର୍ଗାସ୍ତୋତ୍ର ପାଠ,ବନ୍ଦନା ଗାନ,ରାଧାର ପ୍ରାର୍ଥନା,ରଶ୍ମି ଅପା ଓ ଅନୁଅପାଙ୍କ ପ୍ରଶ୍ନୋତ୍ତା କାର୍ଯ୍ୟକ୍ରମମାନ ଏଥିରେ ସ୍ଥାନ ପାଇଥିଲା । ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦିତ ହୋଇଥିଲା ।