Onn 3

ବାର୍ଷିକ ବିଜ୍ଞାନ ମେଳା ଓ ମୀନା ବଜାର ଅନୁଷ୍ଠିତ

State

ନିଶ୍ଚିନ୍ତକୋଇଲି: କଟରପଡ଼ା ସ୍ଥିତ କ୍ଷେତ୍ରମୋହନ ବିଦ୍ୟାପୀଠ ଏବଂ କଟରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୂହରେ ବାର୍ଷିକ ବିଜ୍ଞାନ ମେଳା ଓ ମୀନାବଜାର , ବିଭିନ୍ନ ଖାଦ୍ୟ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ସମିତିସଭ୍ୟା ସ୍ୱାଗତିକା ନାୟକ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥ୍‌ôରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗବତ ସାହୁ, ସିଆରସିସି ମହମ୍ମଦ ୱାଜିଦ୍ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲକ୍ଷ୍ମୀପ୍ରୀୟା ପଣ୍ଡା ଯୋଗ ଦେଇଥିଲେ । ଏନସିସି ଅଫିସର ମହେନ୍ଦ୍ର କୁମାର ଘଡ଼େଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଜ୍ଞାନ ଶିକ୍ଷକ ଜଗଦିଶ କର ବିଜ୍ଞାନ ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଏବଂ ବିଜ୍ଞାନରେ ଛାତ୍ର ଛାତ୍ରୀଙ୍କ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏଥ୍‌ôରେ ମୋଟ୍ ୩୫ଟି ପ୍ରକଳ୍ପ , ୧୧ଟି ମୀନାବଜାର ପ୍ରକଳ୍ପ ପ୍ରଦର୍ଶିିତ ହୋଇଥିଲା ।

ବରିଷ୍ଠ ବିଭାଗରେ ଛାତ୍ରୀ ଭାଗ୍ୟଶ୍ରୀ ବାରିକ ପ୍ରଥମ , ଅରବିନ୍ଦ ଦାସ ଦ୍ୱିତୀୟ, ଶାରଦା ପ୍ରସାଦ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଛାତ୍ରୀ ଶୁଭଲକ୍ଷ୍ମୀ ସ୍ୱାଇଁ ପ୍ରଥମ , ଅମରଜିତ୍ ଦାସ ଦ୍ୱୀତୀୟ ,ଶ୍ରୁଭାଂଶୁ ଜେନା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଶିକ୍ଷୟିତ୍ରୀ ମମତା ପ୍ରିୟଦର୍ଶିନୀ ଲେଙ୍କା, ଝରାଶ୍ରୀ ଭଦ୍ର, ଶୁଭଶ୍ରୀ ଷଢଙ୍ଗୀ, ମାଳତୀ ସେଠୀ, ପ୍ରଶାନ୍ତ କୁମାର ସ୍ୱାଇଁ, ଶରତ କୁମାର ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।