Onn 3

ତହସିଲଦାରଙ୍କୁ ମିଳୁନି ନ୍ୟାୟ : ପ୍ରତିବାଦରେ କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

State

ନିଶ୍ଚିନ୍ତକୋଇଲି:ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲୀପ କୁମାର ନାୟକ ଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ନ୍ୟାୟ ନମିଳିବାରୁ ଶୁକ୍ରବାର ଦିନ ସମସ୍ତ ତହସିଲ କର୍ମଚାରୀ ମାନେ ଏହାର ପ୍ରତିବାଦ କରି କାର୍ଯ୍ୟ ବନ୍ଦ କରିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଗତ ୨ଦିନ ହେବ ଏଥିପାଇଁ ସମସ୍ତ କର୍ମଚାରୀ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେବାରୁ ବାଧ୍ୟ ହୋଇ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ଗତ ଅକ୍ଟୋବର ୨୬ ତାରିଖ ରାତିରେ ତହସିଲଦାର ଶ୍ରୀ ନାୟକ କାର୍ଯ୍ୟ ସାରି ଫେରୁଥିଲା ବେଳେ କଟକ ଚାନ୍ଦବାଲି ରାସ୍ତାର ଡ଼େରାବିଶ ଥାନା ଅଧିନ ଖମଳ ଛକରେ କେତେକ ଦୁର୍ବୁତ୍ତ ହଠାତ୍ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥ୍‌ôରେ ସେ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥେôଲ । ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନା ଏବଂ ଜିଲ୍ଲା ପୋଲିସ ଅଧିକାରୀଙ୍କ ନିକଟରେ ସେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କେବଳ ମାମଲା ରୁଜୁ କରାଯାଇ ଚୁପଚାପ୍ ହୋଇ ରହିଥିବା ଅଭିଯୋଗ ହୋଇଛି ।

ଇତି ମଧ୍ୟରେ ୧ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଦୋଷୀକୁ ଧରିନପାରିଥିବାବେଳେ ଖୋଦ୍ ତହସିଲଦାରଙ୍କୁ ନ୍ୟାୟ ପ୍ରଦାନ କରାଯାଇନଥିବାରୁ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଏହାର ଦୃଢ ନିନ୍ଦା କରି ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ କଟକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସମସ୍ତ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି । କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୁନାକର ସେଠୀଙ୍କ ନେତୃତ୍ୱରେ ବରିଷ୍ଠ କିରାଣୀ ରମାକାନ୍ତ ସାହୁ, ମନୋରଂଜନ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ଓ ରାଜସ୍ୱ ନିରୀକ୍ଷକ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତହସିଲଦାରଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଉକ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।