Fs

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ

State

ବାରିପଦା: ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ଭଳି ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଅଣ୍ଟା ମିଳିଛି । ଓଡ଼ିଶା ପ୍ରଦେଶ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପକ୍ଷରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଞ୍ଜନୀ ସୋରେନଙ୍କ ସଭାପତିତ୍ବରେ ଆଜି ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ସମ୍ବାଦିକ ସମ୍ମିଳନ ସହ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛ । ଏଥିରେ ମୁଖ୍ୟ ଅତିଥି ଭାବେ ଝାରଖଣ୍ଡ ସରକାରଙ୍କ ଆଦିବାସୀ ବିଭାଗ ଓ ପରିବହନ ମନ୍ତ୍ରୀ ଶ୍ରୀ’ଦୀପକ ବିରୁଆ’ ସମ୍ମାନିତ ଅତି ଭାବେ ବହରାଗୋଡା ର ବିଧାୟକ ସମୀର ମହାନ୍ତି ,ଦଳର ସଚିବ ଦୁବରାଜ ନାଗ , ଉପସଭାପତି ଶ୍ୟାମ ଚରଣ କିସ୍କୁ ପ୍ରମୁଖ ଯୋଗ ଦେଇଥିଲେ ।ଖବର ଦାତା ସମ୍ମିଳନୀରେ ଝାଡ଼ଖଣ୍ଡ ପରିବହନ ମନ୍ତ୍ରୀ ଶ୍ରୀ ଦୀପକ ଵିରୁଆ ଆସନ୍ତା ଓଡ଼ିଶାରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ୧୬ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ରେ ନିର୍ବାଚନ ଲଢିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ମୟୂରଭଞ୍ଜ ଲୋକସଭା ଆସନ ସହ ସାରସକଣା, ବାଙ୍ଗିରିପୋଷୀ, ମୋରଡା, ରାଇରଙ୍ଗପୁର,ଯଶିପୁର, ବାରିପଦା ,ଉଦଳା ଓ କରଞ୍ଜିଆ ଆସନରେ ପ୍ରାର୍ଥୀ ଦେବ ଦଳ । ଏହାସହ ସୁନ୍ଦରଗଡ ଜିଲ୍ଲାରେ ବିରମିତ୍ରପୁର,ବଣାଇ, ରାଜଗାଙ୍ଗପୁର,ରଘୁନାଥ ପାଲି ଏବଂ ବାଲେଶ୍ଵର ଜିଲ୍ଲାର ବସ୍ତା , ଯାଜପୁର ଜିଲ୍ଲାର ସୁକିନ୍ଦା, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଆସନରୁ ଦଳ ପ୍ରାର୍ଥୀ ଦେବ ବୋଲି ଆଜି ଘୋଷଣା କରାଯାଇଛି ପରେ ଦଳ ତରଫରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ମୋରଡା ଆସନରୁ ବିଜେଡି ତରଫରୁ ଆଶାୟୀ ପ୍ରାର୍ଥୀ ତଥା ନିକଟରେ ବିଜେଡି ଦଳ ଛାଡିଥିବା ପୂର୍ବତନ ରାଜ୍ୟ ସମ୍ପାଦକ ‘କୃଷ୍ଣଚନ୍ଦ୍ର ଦାସ’ ଏଠାରେ ଶତାଧିକ ସମର୍ଥକଙ୍କ ସହ ଜେ.ଏମ୍.ଏମ୍. ଦଳରେ ମିଶିଛନ୍ତି ।ଦଳ ତରଫରୁ ରାଜ୍ୟ ସଭାନେତ୍ରୀ ଙ୍କ ସହ ଅତିଥିଗଣ ସେମାନଙ୍କୁ ଜେଏମଏମ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।’କୃଷ୍ଣଚନ୍ଦ୍ର ଦାସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତାଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରିବା ସହ ଦଳରେ ସାମିଲ କରିଥିବାରୁ ସେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଞ୍ଜନୀ ସୋରେନ, ଝାଡ଼ଖଣ୍ଡ ରାଜ୍ୟମନ୍ତ୍ରୀ ଦିପକ ବିରୁଆ,ଵହଡାଗୋଡା ବିଧାୟକ ସମୀର ମହାନ୍ତି ଓ ଓଡ଼ିଶାର ସମସ୍ତ ଝାଡ଼ଖଣ୍ଡ ନେତୃବୃନ୍ଦ ଓ କର୍ମିଙ୍କୁ କୃତଜ୍ଞତା ଜଣାଇଥିଲେ । ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଅତିତରେ‌ ଦୁଇ ଦୁଇଥର ମୋରଡା ବିଧାୟକ ପଦ ହାତେଇ ଥିଲା ।ଦଳ ଯଦି ତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଟିକେଟ ଦିଏ ତାହାହେଲେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ର ସମ୍ମାନ ଵଜାୟ ରଖିବେ ।ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ସୁନିଲ ମାଝୀ,ସାଲୁ କିସ୍କୁ, ଘନଶ୍ୟାମ ପିଙ୍ଗୁଆ,ନାରାୟଣ ମୁର୍ମୁ,ମୀନା ସୋରେନ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।