Onn 3

ସ୍ୱାଧିନତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

State

ବାରିପଦା: କଲ୍ୟାଣୀ ମହିଳା ସମିତି ଆନୁକୁଲ୍ୟରେ ନିଜସ୍ୱ ସଭାଗୃହରେ ସ୍ୱାଧିନତା ଦିବସ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂପାଦିକା କଳ୍ପନା ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବହୁ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ପ୍ରତିଯୋଗିତାରେ ନିମ୍ନଲିଖିତ ଛାତ୍ର ଛାତ୍ରୀ ମାନେ କୃତୀତ୍ୱ ହାସଲ କରିଥିଲେ ।

ସିନିଅର ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟ , ମୂର୍ଗାବାଡି ର ଷଷ୍ଠ ଶ୍ରେଣୀ ର ଗୈାରବ ଦାସ ପ୍ରଥମ , ଏମ ପିକେ ବାଳିକା ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ତୃଷା ସିଂ ଦ୍ୱିତୀୟ , ସ୍ୱାମୀ ବିବେକନନ୍ଦ ଶିକ୍ଷାଶ୍ରମ ଶିରିଶବଣୀ ର ସପ୍ତମ ଶ୍ରେଣୀର ଆୟୁଷ ଶତପଥି ତୃତୀୟ , ଜୁନିଅର ବିଭାଗରେ ସେଣ୍ଟ ଏନି କନଭେଣ୍ଟ ସ୍କୁଲ ର ଚତୁର୍ଥ ଶ୍ରେଣୀର ବିଦ୍ୟାଶା ମହାନ୍ତ ପ୍ରଥମ , କେନ୍ଦ୍ରୀୟ ବିଦ୍ୟାଳୟ ଲକ୍ଷ୍ମୀପୋଷି ର ପଞ୍ଚମ ଶ୍ରେଣୀର ନିବ୍ୟାସା ବେରା ଦ୍ୱିତୀୟ ଏବଂ ସେଣ୍ଟ ଏନି କନଭେଣ୍ଟ ସ୍କୁଲ ର ପଞ୍ଚମ ଶ୍ରେଣୀର ବୈଭାବୀ ଘୋଷ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅର୍ଛନା ମହାପାତ୍ର , କୋଷାଧକ୍ଷ , ପ୍ରତିଭା ମିଶ୍ର , ଯୁଗ୍ମ ସଂପାଦିକା , ନଳିନୀ ପାଣିଗ୍ରାହୀ , ପ୍ରଭାତୀ ପାଣୀଗ୍ରାହୀ , ବାସନ୍ତିଲତା ମହାପାତ୍ର , ବିଷ୍ନୁପ୍ରୟା ମହାନ୍ତି , କାନନ ଆଢ୍ୟା , ମାନୀ ମହାପାତ୍ର , ପ୍ରତିମା ଦାଶ , ଆରତୀ ସାହୁ ଏବଂ ପ୍ରଭାକର ଧଳ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ । ସର୍ବ ଶେଷରେ ଅର୍ଛନା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।