Onn 3

ଓଡ଼ିଶା ସୂଚନାଧିକାର ଅଭିଯାନର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ

State

ଆଗରପଡ଼ା: ଓଡ଼ିଶା ସୂଚନାଧିକାର ଅଭିଜାନ ଭଦ୍ରକ ଜିଲ୍ଲା ଶାଖା ତରଫରୁ ରବିବାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥାନୀୟ ସାଳନ୍ଦୀ ହସ୍ପିଟାଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ତଥା ରାଜ୍ୟ କାର୍ଯ୍ୟକର୍ତ୍ତା ବିଶ୍ୱକେଶରୀ ମହାନ୍ତିଙ୍କ ଆବାହକତ୍ୱ ତଥା ଜିଲ୍ଲା ସଭାପତି ପ୍ରକାଶ ଜେନାଙ୍କ ସଭାପତିତ୍ୱରେ ସମସ୍ତ ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ସାଂଗଠନିକ ସଭାରେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଏବଂ ପଂଚାୟତ ସ୍ତରରେ ସଙ୍ଗଠନକୁ ଦୃଢ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପମାନ ନିଆଯିବାକୁ ସ୍ଥିର କରାଯାଇଥିଲା । ବିଶେଷ କରି ଜିଲ୍ଲାର ସମସ୍ତ ବ୍ଲକରେ ସୂଚନାଧିକାର ଅଭିଯାନ ପାଇଁ ଅଫିସ ଖୋଲାଯିବା ସହ ଦୁର୍ନୀତିରେ ଣୋଷିତ ଜନସାଧାରଣଙ୍କୁ ଆରଟିଆଇ ବାବଦରେ ଅଧିକରୁ ଅଧିକ ସଚେତନ କରାଯିବା,ସୂଚନା ଅଧିକାର ରଥ ବୁଲାଯିବା ଏବଂ ପ୍ରତ୍ୟେକ ସପ୍ତାହରେ ଥରୁଟିଏ ଲେଖା ଭ୍ରାମ୍ୟମାଣ କର୍ମଶାଳା ବା ଷ୍ଟଲ ଖୋଲାଯିବାକୁ ନିଷ୍ପତି ନିଆଯାଇଥିଲା । ସୂଚନା କର୍ମୀଙ୍କୁ ପ୍ରଶାସନିକ ସ୍ତରରେ କରାଯାଉଥିବା ଅଭଦ୍ରୋଚିତ ବ୍ୟବହାର ବିରୁଦ୍ଧରେ କଡ଼ା ଆଇନଗତ ପଦକ୍ଷେପ ଓ ମିଳିତ ପ୍ରତିବାଦ ସ୍ୱର ଉଠାଇବା ସହ ଦୁର୍ନୀତିକୁ ଘୋଡ଼ାଇ ରଖୁଥିବା ଅଧିକାରୀ ଓ ତାଙ୍କୁ ପ୍ରୋତ୍ସାହିତ କରୁଥିବା ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଗଣ ଆନ୍ଦୋଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା ।

ସୂଚନାଧିକାର କର୍ମୀଙ୍କ ଉପରେ ଗୁଣ୍ଡାଙ୍କ ଦ୍ୱାରା ହେଉଥିବା ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଉପସ୍ଥିତ ଥିବା ସଭ୍ୟମାନେ ଦୃଢପ୍ରତିଜ୍ଞା ପୂର୍ବକ ଘୋଷଣା କରିଥିଲେ । ଆଗାମୀ ଅକ୍ଟୋବର ମାସ ଶେଷ ମଧ୍ୟରେ ଭଦ୍ରକ ବ୍ଲକ ଠାରେ ରାଜ୍ୟ ସ୍ତରୀୟ ମହା ସମ୍ମିଳନୀର ଆୟୋଜନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଭଦ୍ରକରୁ ବିକାଶ ଧଳ,ସୂଶାନ୍ତ ଘଡ଼େଇ,ବିପ୍ଳବ ହୋତା,ତିହିଡ଼ିରୁ ଅମୂଲ୍ୟ ମାଝି,ନିର୍ମଳ ସେନାପତୀ,ଗଣେଷ ମଲିକ,ପ୍ରଫୁଲ୍ଲ ପାଢୀ,ଚାନ୍ଦବାଲିରୁ ସୁଶିଲ ବାରିକ, ବାସୁଦେବପୁରରୁ ଆଡ଼ଭୋକେଟ ଭରତ ମିଶ୍ର, ପୌରାଚଂଳରୁ ବ୍ରଜ ଗୋପାଳ ଦାଶ, ଧାମନଗରରୁ ଆଡ଼ଭୋକେଟ ବିକ୍ରମ ପଣ୍ଡା, ରବିନ୍ଦ୍ର ଦାଶ, ତପନ ଦା.ବନ୍ତରୁ ବସନ୍ତ ବିଶ୍ୱାଳ, ଭଣ୍ଡାରିପୋଖରୀରୁ ଆଡ଼ଭୋକେଟ ରାଧାକାନ୍ତ ମହାପାତ୍ର ପ୍ରମୁଖ ସୂଚନା ଅôଦକାର କର୍ମକର୍ତ୍ତା ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ ।