Onn 3

ଆନନ୍ଦ ଶଙ୍କର ଦାସଙ୍କ ନାଟକ “କପଟପାଶା” ମଞ୍ଚସ୍ଥ

Religion and Cult State

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଆନନ୍ଦ ଶଙ୍କର ଦାସଙ୍କ ରଚିତ ନାଟକ କପଟ ପାଶା ମଞ୍ଚସ୍ଥ ହୋଇଯାଇଛି I 1961 ମସିହାରେ ରଚିତ ଏକ ଭିନ୍ନ ସ୍ୱାଦର ଏହି ନାଟକ ଟିକୁ ଦେଖିବାପାଇଁ ଦର୍ଶକଙ୍କ ଭିଡ ଜମିଥିଲା I ଡ଼ଃ କୁମର ମଣି ନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଜ୍ଞାନରଞ୍ଜନ ପଣ୍ଡା, ପ୍ରସନ୍ନ କୁମାର ମହାନ୍ତି, କୁନ୍ଦନ ଲାଲ ଭଞ୍ଜ, ସିଦ୍ଧେଶ୍ୱର ବେହେରା, ନିରଞ୍ଜନ ନାୟକ, ରଣଜିତ କୁମାର ସାହୁ, ବିଜେନ୍ଦ୍ର କୁମାର ରାଉତ, ଗୁହିରାମ ଜେନା, ରାଜେଶ ଦାଶ, ଶର୍ମିଷ୍ଠା ପଣ୍ଡା, ପ୍ରିୟା ରାଉତ, ଶୁଦେଶ୍ନI ଭଞ୍ଜ ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ I

ନାଟକ ପ୍ରାରମ୍ଭରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ଅଧ୍ୟାପିକା ରାଇମଣୀ ମାରାଣ୍ଡି ପ୍ରମୁଖ ଯୋଗଦେଇ ନିର୍ଦ୍ଦେଶକ ସମେତ ସମସ୍ତ କଳାକାରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦିକା ସୁଚରିତା ମହାନ୍ତି, ଉପଦେଷ୍ଟା ସୋମନାଥ ସିଂହ, ଉପ ସଭାପତି ଡ଼ଃ ନିରୋଜ କୁମାର ପୋଥାଳ ଓ ଆନନ୍ଦ ବାବୁଙ୍କ ଜ୍ୟେଷ୍ଠ ପୁତ୍ର ବୁଲୁ ଭାଇ ଉପସ୍ଥିତ ଥିଲେ I ଡ଼ଃ ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ I

 

Created/ Edited / Updated by : Mrutyunjay Parija