Photo for the news of panchayat bhavan

୫ବର୍ଷ ପରେବି ସରୁନି ପଂଚାୟତ ଭବନ କାମ, ମଂଜୁର ଅର୍ଥ ପ୍ରଦାନରେ ବିଳମ୍ବ ନା ବିଭାଗୀୟ ଉଦାସୀନତା

State

ଆଗରପଡ଼ା :କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପଂଚାୟତର ଉନ୍ନତି ପାଇଁ ଚେଷ୍ଟିତ ହେଉଛନ୍ତି ସତ କିନ୍ତୁ ଯୋଜନାର ସଫଳ ରୂପାୟନ ନିର୍ଦ୍ଦିଷ୍ଟ ଏକ ସମୟସୀମା ମଧ୍ୟରେ ହେଉନଥିବାରୁ ଏହା ସରକାରଙ୍କ ଯୋଜନା ପ୍ରତି ଉପହାସ ସଦୃଶ ହେଉଛି । ତେଣୁ ଏଥି ପାଇଁ ମଂଜୁର ଅର୍ଥ ପ୍ରଦାନରେ ମିଳମ୍ବ ଘଟିବା ନା ବିଭାଗୀୟ ଉଦାସୀନାତା ଦାୟୀ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତର ପଂଚାୟତ ଭବନ ନିର୍ମାଣ କ୍ଷେତ୍ରରେ । ୨୦୨୦-୨୧ ଆର୍ôଥକ ବର୍ଷରେ ଗରୀବ କଲ୍ୟାଣ ରୋଜଗାର ଯୋଜନାରେ ରାଜ୍ୟ ସରକାରଙ୍କ ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟତ ସଂସ୍ଥା ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତର ପଂଚାୟତ ଭବନ ନିର୍ମାଣ ନିମନ୍ତେ ମନରେଗା ଓ ସିଏଫସି ଅନୁଦାନ ପ୍ରତ୍ୟେକରୁ ୧୦ଲକ୍ଷ ଏହିପରି ୨୦ଲକ୍ଷ ଟଙ୍କା ମଂଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଯୋଜନାକୁ ୫ବର୍ଷ ପୂରିସାରିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବାର ନା ଧରୁନି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ପଂଚମ ଅର୍ଥ କମିଶନ ଯୋଜନାରେ ଉକ୍ତ ଭବନର ଫାଟକ ଓ ପାଚେରୀ ନିର୍ମାଣ ବାବଦରେ ୨ଲକ୍ଷ ୫୦ହଜାର ଟଙ୍କା ପୁଣି ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଛିତ କର୍ମ ନିଯୁକ୍ତି ଯୋଜନାରେ ଭବନର ପାଶ୍ୱର୍ ଉନ୍ନତି କରଣ ବାବଦରେ ୫ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ପଂଚମ ଅର୍ଥ କମିଶନ ଯୋଜନାରେ ସ୍ୱାଗତମ ଫାଟକ ନିର୍ମାଣ ବାବଦରେ ୧ଲକ୍ଷ ୫୦ହଜାର ଟଙ୍କା ଓ ପଂଚାୟତ ଭବନର ସଂପୂର୍ଣ୍ଣୀ କରଣ ନିମନ୍ତେ ୨ଲକ୍ଷ ୧୧ହଜାର ୧୮୬ଟଙ୍କା ଏବଂ କାର୍ଯ୍ୟାଳୟକୁ ପାଣି ଯୋଗାଣ ଓ ମରାମତି ବାବାଦରେ ୮୦ ହଜାର ଟଙ୍କା ବ୍ୟୟ ହୋଇ ନିର୍ମାଣ କାର୍ଯ୍ୟ ଚାଲିଛି । ତେଣୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ମଂଜୁର ହେଉଛି ଓ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି । କିନ୍ତୁ ୫ବର୍ଷ ପରେବି ଏହା ଏକ ପୂର୍ଣ୍ଣାଙ୍ଗ ଭବନରେ ପରିଣତ ହୋଇ ପାରୁନି । ଏଥି ପାଇଁ ମଂଜୁର ଅର୍ଥ ପ୍ରଦାନରେ ବିଳମ୍ବ ନା ବିଭାଗୀୟ ଅଧିକାରୀଙ୍କ ଭଦାସିନତା ଦାୟୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ପଂଚାୟତ ଭବନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବ୍ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ସୂଚନା ପ୍ରଦାନ କରିଥିଲେ ।