Erw

ବୟସ୍କ ବ୍ୟକ୍ତି ନିଖୋଜ; ଥାନାରେ ଅଭିଯୋଗ

State

ଆଗରପଡ଼ା :ଜନୈକ ବୟସ୍କ ବ୍ୟକ୍ତିଙ୍କ ନିଖୋଜକୁ ନେଇ ପରିବାର ଲୋକେ ବନ୍ତ ବ୍ଳକ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ;ଭଦ୍ରକ ଗ୍ରାମାଚଂଳ ଥାନା କେନ୍ଦୁଆପଦା ଫାଣ୍ଡି ଅଧିନ ରାମକୃଷ୍ଣପୁର ଗ୍ରାମ ମଳିକ ସାହିର ବିରେନ୍ଦ୍ର ମଳିକ(୭୧)ଗତ ଶନିବାର ସକାଳେ ରାଇମଣି ବଜାରକୁ କୌଣସି କାରଣ ବସତଃ ଆସିଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ଖବର ନପାଇବାରୁ ରବିବାର କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପରିବାର ତରଫରୁ ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡ ଦୋଷ ଥିବା ପ୍ରକାଶ କରାଯିବା ସହ କୌଣସି ସହୋଦୟ ବ୍ୟକ୍ତି ବିରେନ୍ଦ୍ରଙ୍କ ସୂଚନା ପାଇଲେ ମୋବାଇଲ୍ ନଂ ୮୨୪୯୭୫୩୪୮୬ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।