କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ତାଙ୍କ ଗ୍ରାମର ଚନ୍ଦନ ମୁଣ୍ଡା ସହିତ ଏକ କଥାକୁ ନେଇ ବିବାଦ ଥିଲା । ଏହାକୁ ଶ୍ରୀତମ ମୁଣ୍ଡା ରାଗ ରଖିଥିଲା ।
ପ୍ରତିଶୋଧର ବାହାନା ଖୋଜୁଥିଲା । ଗତ ରବିବାର ଦିନ ରାଗ ଜର୍ଜରରେ ଶ୍ରୀତମ ମୁଣ୍ଡା ଚନ୍ଦନର ପୁଅ ଲକି ମୁଣ୍ଡା ନାମକ ୩ ବର୍ଷର ଶିଶୁ ପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ଗୋଡ଼କୁ ଧରି ଶିଶୁଟିକୁ ପଥରରେ ପିଟି ମାରିଦେଇ ପଥର ଖୋଲରେ ଫିଙ୍ଗି ଦେଇଥିଲା ।
ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ ତଦନ୍ତ ପରେ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ମାରିଦେଇଥିବା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳକୁ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି।