Onn 3

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରବଣବାଧିତ ଦିବସ ପାଳିତ

State

ବାରିପଦା: ସ୍ଥାନୀୟ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟକାର‌୍ୟ୍ୟକ୍ରମ (ଜଈଝକ) ସମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରବଣବାଧିତ ଦିବସ ଅନୁଷ୍ଠିତ ହୋଇଯାଇଅଛି। ସାଧନାର ନିର୍ଦେଶକ ରଞ୍ଜିତ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର‌୍ୟ୍ୟକ୍ରମର ଶିଶୁ ରୋଗ ବିଶେଷଜ୍ଞ ଡାଃ. ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସମଗ୍ର ଶିକ୍ଷାକାର‌୍ୟ୍ୟଳୟର ଅନ୍ତନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ଯୋଗଦାନ କରିଥିଲେ। ଏହି କାର‌୍ୟ୍ୟକ୍ରମଟି ସାଧନା, ସମଗ୍ର ଶିକ୍ଷା ଓ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟକାର‌୍ୟ୍ୟକ୍ରମ, ମୟୂରଭଞ୍ଜର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଅଛି । ସାଧନା ତରଫରୁ ଡେଫଚାଇଲ୍ଡୱୋର୍ଲ୍ଡୱାଇଡ,ଲଣ୍ଡନର ସହାୟତାରେ ସପ୍ତାହବ୍ୟାପୀଶ୍ରବଣ ବାଧିତ ପିଲାମାନଙ୍କ ଉଦ୍ୟେଶରେ ବିଭିନ୍ନ ପ୍ରକାର କାର‌୍ୟ୍ୟକ୍ରମକରାଯାଇଅଛି । ଉକ୍ତକାର‌୍ୟ୍ୟକ୍ରମରେ ସମଗ୍ର ଶିକ୍ଷାର ବ୍ଲକ ସ୍ତରରେ ଭିନ୍ନକ୍ଷମ ପିଲା ମାନଙ୍କ ପାଇଁ କାର‌୍ୟ୍ୟ କରୁଥିବା ସମସ୍ତ ସମ୍ବଳ ଶିକ୍ଷକ,ଜଈଝକ ର କର୍ମକର୍ତ୍ତା, ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର କର୍ମକର୍ତ୍ତା, ସ୍ଵତନ୍ତ୍ର ବିଦ୍ୟାଳୟ ଲକ୍ଷ୍ମୀପୋଷିର ଶିକ୍ଷକ, ସୃତିବାଧିତ ପିଲାମାନଙ୍କ ଅବିଭାବକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାଧନାର କର୍ମୀ ମାନେ ଯୋଗ ଦେଇଥିଲେ ।

ଜିଲ୍ଲାର ବିଭିନ୍ନ ସାଧାରଣ ବିଦ୍ୟାଳୟ ଗୁଡିକରେ କିପରି ଶ୍ରବଣବାଧିତ ପିଲାମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇପାରିବ ସେବିଷୟରେ ଆଲୋଚନା ହୋଇଥିଲା। ବିଦ୍ୟାଳୟର ଭୌତିକ, ମନସ୍ତାତ୍ଵିକ ଓ ଶୈକ୍ଷିକ ପରିବେଶରେ ଆବଶ୍ୟକ ପରିବର୍ତ୍ତନ ଉପରେ ଆଲୋଚନା କରି ଏକ ମାର୍ଗଦର୍ଶୀକା ପ୍ରସ୍ତୁତ କରଯାଇଥିଲା। ଏହି ମାର୍ଗଦର୍ଶୀକା ଦ୍ଵାରା ଶିକ୍ଷକମାନେ ଶ୍ରବଣ ବାଧିତ ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରେ ସମନ୍ୟୁତ ଶିକ୍ଷା ପ୍ରଦାନ କରିପାରିବେ। ସାଧନାରକର୍ମୀ ଶ୍ରୀଯୁକ୍ତ ଲାଲୁ ପ୍ରସାଦ ଖଣ୍ଡୁଆଳ କାର‌୍ୟ୍ୟକ୍ରମ ଶେଷରେସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ସଞ୍ଜୟସି, ପରମେଶ୍ଵର ମହାନ୍ତ, ଭାରତୀ ସାହୁ, ଜଶ୍ମି ହେମବ୍ରମ, ସଦାଶିବ ଟୁଡୁ, ସୌମ୍ୟଶ୍ରୀ ନାୟକ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ଉଲେଖଥାଉକି କାର‌୍ୟ୍ୟକ୍ରମକୁ ସାଙ୍କେତିକ ଭାଷାରେସାଧନାର କର୍ମୀମାନେ ଅନୁବାଦ ପୂର୍ବକ ଉପସ୍ଥାପନା କରିଥିଲେ।