Onn 3

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ ପାଇଁ ପୂର୍ବ ପ୍ରସ୍ତୁତି  ବୈଠକ

State
ବାରିପଦା (୦୭.୦୭) :  ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଆଉ ଏକ ଧାରାରେ ଯୋଡ଼ି ହୋଇଛି ଏହି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି ଟେବୁଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ । ତେଣୁ ଏହି କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଆଜି ଅପରାହ୍ନ ରେ  ଜିଲ୍ଲାପାଳ ଙ୍କ  କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲରେ ଜିଲ୍ଲାପାଳ   ବିନିତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ଆସନ୍ତା ୧୧, ୧୨ ତାରିଖ ଦିନ ମାନଙ୍କରେ ହେବାକୁ ଥିବା ମକ୍ ଡ୍ରିଲ୍ ଏବଂ ଟେବୁଲ୍ ଟପ୍ ପ୍ରୟୋଗ ପାଇଁ  ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ ଉଦିଷ୍ଟ ବହୁମୁଖୀ ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବା ତଥା ଏହାର ସଂପୂର୍ଣ୍ଣ ଆନୁଷଙ୍ଗିକ ବ୍ୟବସ୍ଥାକୁ ପରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ  ବ୍ଲକ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ଏବଂପ୍ରତ୍ୟେକ ବ୍ଲକ ରେ 5 ଜଣ ନୋଡାଲ ଅଫିସର ମାନଙ୍କ ମଧ୍ୟରୁ ଜଣେ ମହିଳା କର୍ମଚାରୀ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ। ଏହି ମକ୍ ଡ୍ରିଲ୍ ଏବଂ ଟେବୁଲ୍ ଟପ୍ ପ୍ରୟୋଗ ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ସିଭିଲ ସୋଷାଇଟୀ ସଦସ୍ୟ , ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତା ଏବଂ ମିଶନ ଶକ୍ତି ଗୋଷ୍ଠୀ ଗୁଡିକୁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ତଥା ଏହି ମକ ଡ୍ରିଲ ମାଧ୍ୟମ ରେ ଲୋକ ମାନଙ୍କୁ ଅଧିକରୁ ଅଧିକ କେମିତି ସଚେତନ ଓ ସଜାଗ କରାଯାଇ ପାରିବ ଯଦ୍ୱାରା ବନ୍ୟା ବାତ୍ୟା ସେମାନେ ନିଜେ ନିଜକୁ କିପରି ସୁରକ୍ଷିତ ରଖି ପାରିବେ ସେଥିପ୍ରତି ସମସ୍ତ ଅଧିକାରୀ ଯତ୍ନବାନ ହେବାପାଇଁ ଜିଲ୍ଲପାଳ   ପରାମର୍ଶ ଦେଇଥିଲେ.ଜିଲ୍ଲା ର ଅଧିକ ବନ୍ୟା ପ୍ରଭାବିତ ବଡ଼ସାହି ଓ ରସଗୋବିନ୍ଦପୁର ବ୍ଲକ ପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ସୂଚାଇ ଥିଲେ.
ଆଜିର ଏହି ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ  ହେମନ୍ତ କୁମାର ସିଂ, ନବ ନିଯୁକ୍ତ ଆଇ ଏ ଏସ ପ୍ରବେଶନର   ଅକ୍ଷୟ ପିଲାୟ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ   ଦୌଲତ ଚନ୍ଦ୍ର କାର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ     ଉମାଶଙ୍କର ମହାରଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୁପଭାନୁ ମିଶ୍ର, ମୟୂରଭଞ୍ଜ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ  ପ୍ରସାଦ ରଞ୍ଜନ ପଣ୍ଡା, ଜିଲ୍ଲା ଜରୁରକାଳୀନ ଅଧିକାରୀ  ସୁଜୟ କୁମାର ପତି ଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଲାଇନ୍ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ମାନେ ସଂଯୁକ୍ତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ