Img 20240210 Wa0184

ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ନିର୍ଦ୍ଦେଶକ ପରେଶ ସାହୁ ସମ୍ମାନିତ

State

ବାରିପଦା : ଭୁବନେଶ୍ୱରର ଭଂଜକଳା ମଣ୍ଡପରେ ପଞ୍ଚମବେଦ ଅନୁଷ୍ଠାନ ଦ୍ୱାରା ଆୟୋଜିତ ୨୦ ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ବାରିପଦାର ପରେଶ ସାହୁଙ୍କୁ “ପଞ୍ଚମବେଦ” ସମ୍ମାନରେ ସମ୍ମାନିତ କରାଯାଇଛି I ବି ବି କଲେଜ, ବାଇଗଣବାଡିଆର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଏକାଧାରରେ ଜଣେ ପ୍ରତିଷ୍ଠିତ ଚଳଚିତ୍ର, ବେତାର ଆକାଶବାଣୀ, ଦୂରଦର୍ଶନ ତଥା ମଞ୍ଚର ଅଭିନେତା ଓ ନିର୍ଦ୍ଦେଶକ I ନିଜର ନିଖୁଣ ଅଭିନୟ ଓ ବଳିଷ୍ଠ ନିର୍ଦ୍ଦେଶନା ପାଇଁ ଓଡିଶାର ବିଭିନ୍ନ ନାଟ୍ୟସଂସ୍ଥା ଦ୍ୱାରା ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି I ଦୂରଦର୍ଶନ ଓ ଓଡ଼ିଆ ସିନେମାରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଛି I ସମ୍ବାଳୁଆ, ନିଶାନ୍ତ, କେନସର, ଛଉ, ଛତା, ସ୍ୱୟଂମ୍ବର, ଫେରିଯାଅ ରାମଚନ୍ଦ୍ର, ବାକ୍ସ, ନାରଦ ଉଵାଚ, ମୁକ୍ତାଲାଭ, ଅଙ୍ଗାର, ନୂଆ ସକାଳ, ଗାଁ କୁ ଫେରିଚାଲ, ଜନନୀ, ଝରାବଉଳ, ଜିଅନ୍ତା ମଣିଷ ଓ ସ୍ମୃତି ବିସ୍ମୃତି ନାଟକରେ ତାଙ୍କର ସଫଳ ଅଭିନୟ ଓ ନିର୍ଦ୍ଦେଶନା ଦର୍ଶକଙ୍କ ଦୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି I ତତସହିତ ଓଡ଼ିଆ ସିନେମା ରଜନୀଗନ୍ଧା, ଗୋପରେ ବଢୁଛି କଳା କହେଁଇ ଓ କଥା ରହିଥିବ କାଳକାଳକୁ ତଥା ଜାତୀୟ ଟି ଭି ଚେନେଲରେ ସିରିଏଲ ଯେ ପକ୍ଷୀ ଉଡେ ଯେତେ ଦୂର ରେ ମଧ୍ୟ ସେ ଅଭିନୟ କରିଛନ୍ତି I କଳାକାର ଓ କଳାପ୍ରେମୀଙ୍କ ନିକଟରେ ସେ ଖୁଦିଭାଇ ନାମରେ ବେଶ ପରିଚିତ I