Img 20240210 Wa0237

ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ମୟୂରଭଞ୍ଜ ଗସ୍ତ

State

ବାରିପଦା: ସୂଚନା ଓ ଲୋକସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ଶ୍ରୀ ନାୟକ ଏହି ଗସ୍ତରେ ଆସି, ଜିଲ୍ଲାର ସମସ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସମସ୍ତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ। ଏଥି ସହିତ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀ ମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବାପାଇଁ ଏକ ବୈଠକ ମାଧ୍ୟମରେ ସୂଚନା ଦେଇଥିଲେ। ଗସ୍ତର ପ୍ରଥମ ଦିନରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସହିତ କରଞ୍ଜିଆ ସ୍ଥିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଯଶିପୁର ସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରି ଯଥା ମନ୍ତବ୍ୟ ପ୍ରଦାନ କରିଥିଲେ। ଏହି ନିରୀକ୍ଷଣ କାର୍ଯ୍ୟକ୍ରମରେ ପଞ୍ଚପିଢ଼ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିହାର ରଞ୍ଜନ ସେଠୀ, ବରିଷ୍ଠ ଗ୍ରନ୍ଥାକର, ଶ୍ରୀ ପ୍ରଦୀପ୍ତ ସେନାପତି ଏବଂ ଲୀପିକାର, ଅରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଗସ୍ତର ପରବର୍ତ୍ତୀ ସତ୍ରରେ, ଶ୍ରୀ ନାୟକ ଏବଂ ଶ୍ରୀ ପାଣି ରାଇରଙ୍ଗପୁର ସ୍ଥିତ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ସୂଚନା କେନ୍ଦ୍ର ଓ ପାଠାଗାର ନିରୀକ୍ଷଣ କରିଥିଲେ ଏବଂ ଏଥି ସହିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ କାର୍ଯ୍ୟ ଦକ୍ଷତା ଏବଂ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା ଶୈଳୀକୁ ବେଶ୍ ପ୍ରଶଂସା କରିଥିଲେ।

ତତ୍ପଶ୍ଚ୍ୟାତ୍ ଉପନିର୍ଦ୍ଦେଶକ ବାରିପଦା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟକାରିତା ଓ କାର୍ଯ୍ୟରେ ତ୍ୱରିତକରଣ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣି ଙ୍କୁ ଉପଦେଶ ଦେଇଥିଲେ। କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ କପ୍ତିପଦା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ, ନିକ୍ଷେପକ, ଶ୍ରୀକାନ୍ତ ବେହେରା, କର୍ମଚାରୀ ଅଜିତ ମହାପାତ୍ର, ଶିବଶଙ୍କର ଦତ୍ତ, ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିବା ସୂଚନା।