Onn 3

ଗୁରୁପୂଜନ ଦିବସ ପାଳିତ, ସମାଜ ସଂସ୍କାରରେ ଶିକ୍ଷକଙ୍କ ଭୂମିକା ଆଲୋଚନାଚକ୍ର

State

ଆଗରପଡ଼ା: ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ଅବସରରେ ଆଗରପଡ଼ା ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ସମାଜ ସଂସ୍କାରରେ ଶିକ୍ଷକଙ୍କ ଭୂମିକା” ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ କଳିଙ୍ଗ କଂପ୍ୟୁଟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାଦେବ ପଣ୍ଡା, ଦେବାଶିଷ ପତି, ସୁଚିସ୍ମିିତା ପଣ୍ଡା, ସୁନିତା ଭାରତୀ, ଜୋସ୍ନାରାଣୀ ବେହେରା, ମଧୁସ୍ମିତା ରାୟ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ଶିକ୍ଷକମାନଙ୍କ ଦ୍ୱାରା ସମାଜରେ ସଂସ୍କାର ଆସି ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

କଳିଙ୍ଗ କଂପ୍ୟୁଟର୍ସ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପରିଚାଳନା ନିର୍ଦ୍ଦେଶିକା ତଥା ସାମ୍ବାଦିକା ମୋନାଲିସା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଚିନ୍ମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୀବନଜ୍ୟୋତି ନାଥ,ନାରାୟଣ ସାହୁ,ବାସୁଦେବ ପାଢୀ ପ୍ରମୁଖ ପରିଚାଳନା କରିଥିଲେ ।