ସିବିଆଇ ଜାଲରେ ଗ୍ୟାସ ଆଥୋରିଟୀ ଅଫ ଇଣ୍ଡିଆ ଲିଃ(GAIL)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ। ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଛି। କେବି ସିଂହଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧିଛି। ଏମାନଙ୍କ ମଧ୍ୟରେ ଲାଞ୍ଚ ଦେଇଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି।
GAILର ଗୋଟିଏ ପ୍ରକଳ୍ପ କାମ ଦେବା ପାଇଁ କେବି ସିଂହ ନିର୍ଦ୍ଦିଷ୍ଟ ଭାବେ ୫୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ବାବଦ ଟଙ୍କା ନେବା ବେଳେ ସିବିଆଇ ଗିରଫ କରିଛି। GAIL ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ରହିଛି। ଭାରତ ସରକାରଙ୍କ ଏତେ ବଡ଼ କମ୍ପାନୀରେ ବରିଷ୍ଠ ଅଧିକାରୀ ଲାଞ୍ଚ ନେବା ସମସ୍ତଙ୍କୁ ଚକିତ କରିଛି।