Onn 3

ଭଞ୍ଜସେନା ପକ୍ଷରୁ ବାରିପଦା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ

State

ବାରିପଦା: ଅସୁରକ୍ଷିତ ଅବହେଳିତ ରାଜପ୍ରାସାଦର ପୁନଃରୁଦ୍ଧାର କାର୍ଯ୍ୟ କରାନଯାଇ ବିପଦସଙ୍କୁଳ କୋଠା ତଳେ ଇ-କ୍ଲାସ ନିର୍ମାଣକୁ ଟେଣ୍ଡର କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ପ୍ରତିବାଦରେ ପୂର୍ବ ଘୋଷଣା ଅନୁଯାୟୀ ଆଜି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ବାରିପଦା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଵିଶାଳ ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଆଜିକାର କାର୍ଯ୍ୟକ୍ରମ ରେ ପାଞ୍ଚ ଶହ ରୁ ଉର୍ଧ୍ଵ କର୍ମକର୍ତ୍ତା ସାମିଲ ହୋଇ ତାଙ୍କର ପ୍ରତିବାଦ ଜଣାଇଥିଲେ l ଏହି ସଭାରେ ଭଞ୍ଜସେନା ର ଇସ୍ୟୁକୁ ସମର୍ଥନ ଜଣାଇ ମହାରାଜ ପୁର୍ଣଚନ୍ଦ୍ର କନିଷ୍ଠ ବିଦ୍ୟାଳୟ ର ବହୁ ଛାତ୍ର, ଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ l

ଆଗାମୀ ଦିନରେ ଯଦି ମୟୁରଭଞ୍ଜ ରାଜପ୍ରସାଦର ପୁନଃରୁଦ୍ଧାର ପାଇଁ ସର୍ଭେ ହୋଇ ଚୂଡାନ୍ତ ହୋଇଥିବା ଅଟକଳରାଶିକୁ ତୁରନ୍ତ ପ୍ରଦାନ କରି ଯୁଧ୍ୟକାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରା ନଯାଏ ତେବେ ବାରିପଦା ପୂର୍ତ୍ତ ବିଭାଗ କୁ ସଂମ୍ପୂର୍ଣ ଭାବେ ଅଚଳ କରିବ ଭଞ୍ଜସେନା l ଆଜିକାର ଏହି ଧାରଣା ରେ ସଭାପତି ପିଣ୍ଟୁ ମାଈତି ଙ୍କ ସମେତ ଓବସି ଶାଖା ସଭାପତି ରାକେଶ ବେହେରା, ଉପସଭାପତି ସନାତନ ସାହୁ, ପ୍ରଶାନ୍ତ ମହାକୁଡ଼, ରାକେଶ ମହାନ୍ତି, ଯୁବ ସଭାପତି ସୌମ୍ୟରଞ୍ଜନ ମିଶ୍ର, ଯୁବ ଛାତ୍ର ସଂଯୋଜକ ଏସ କେ ରାଜା ଖାନ, ଆଦିବାସି ଶାଖା ସହର ସଭାପତି ସିଙ୍ଗରାୟ ହେମ୍ବ୍ରମ, ପଙ୍କଜ କରଣ,ଅମିତ କୁମାର,ରତିକାନ୍ତ ଦାସ, ସୋମ୍ୟ ରଞ୍ଜନ ସାହୁ, ସଂଜୟ ମାହାନା, ସଂଜୟ ମହାନ୍ତ, ସୁନୀଲ କୁମାର,ଏମଡି ରାଜା, ଶୁଭମ ଦେ, ଆଦିତ୍ୟ ଦାସ, ବାସୁଦେବ ବାରିକ, ମନରଞ୍ଜନ ସାହୁ,ସମେତ ବହୁ ଯୁବ, ଛାତ୍ର ଉପସ୍ଥିତ ଥିଲେ |