Onn 3

ନୂଆ ବର୍ଷରେ ରାଜଧାନୀରେ ରାତି ସାଢେ ୧୨ଟା ଯାଏ ହୋଟେଲ,ବାର୍ ଖୋଲା ରହିବ

State

 

IMAGE_1703595262

ବାର୍ ଓ ହୋଟେଲ ଗୁଡ଼ିକ ପାଇଁ ନ୍ୟୁ ଇୟର୍ ଗାଇଡ୍‌ଲାଇନ୍ ଜାରି। ରାତି ୧୨.୩୦ ଯାଏ ହୋଟେଲ୍ ଓ ବାର୍ ଖୋଲିପାରିବେ। ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର। ଅତ୍ୟଧିକ ମଦ୍ୟପାନ ରୋକିବାକୁ ନଜର ରଖାଯିବ।

ଏଥର ନୂଆ ବର୍ଷରେ ରାଜଧାନିରେ ଅଧିକ ମଦ୍ୟପାନ କରି ପାରିପାରିବେ ନାହିଁ। ଆଜି ହୋଟେଲ ଓ ବାର୍ ମାଲିକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ନୂଆ ବର୍ଷ ପାଇଁ ତାର ଗାଇଡ ଲାଇନ ଜାରି କରିଛି କମିଶନରେଟ୍ ପୁଲିସ।

ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନକାରାଯିବ। ଡିସିପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ କେତେକ ଗାଇଡ ଲାଇନ ଜାରି କରିଛି ପୁଲିସ। ସେଗୁଡ଼ିକ ମଧ୍ୟରେ ରହିଛି ରାତି ସାଢ଼େ ୧୨ଟା ଯାଏ ହୋଟେଲ ଓ ବାର୍ ଖୋଲିପାରିବ।

ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକ ମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବେ। ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ। ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ। ଗ୍ରାହକ ଯେପରି ଅଧିକ ମଦ୍ୟପାନ ନ କରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ।