Road Accident In Atmakur Scaled 2 750x430

ବାସିଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ହାଇସ୍କୁଲ ଶିକ୍ଷକ ମୃତ

State

ବାରିପଦା: ସରକାରଙ୍କ ଶୂନ ଦୁର୍ଘଟଣା ଫସର ଫାଟି ଯାଉଛି ।ଦିନକୁ ଦିନ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ସହ ବହୁ ଅମୂଲ୍ୟ ଧନ ଜୀବନ ନଷ୍ଟ ହେଉଛି । ସୂଚନାଯୋଗ୍ୟ ବୁଧବାର ମଧ୍ୟ ରାତ୍ରରେ ରାଇରଙ୍ଗପୁର ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗିଠାରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଦୁର୍ଘଟଣା ରେ ଶିକାର ହେବା ସହ ଅମୂଲ୍ଯ ଜୀବନ ନଷ୍ଟ ହୋଇଛି ।ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।କୌଣସି କାର୍ଯ୍ୟ ସାରି ରାଇରଙ୍ଗପୁର ରୁ ତିରିଂ ଆଡ଼କୁ ବାଇକରେ ଯାଉଥିବା ତିରିଂ ଏସଏସଡି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ସନତ ମୁର୍ମୁ (୨୬) ବାସିଙ୍ଗି ବଜାର ପେଟ୍ରୋଲ ପମ୍ପ ଛକ ପାଖରେ ଅଜଣା ଗାଡ଼ି ଧକ୍କାରେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ । ତାଙ୍କର ପୈତୃକ ଗାଁ ହେଉଛି ଯାମଦା ଥାନା ଅଂଚଳର ଜାରିତାଣ୍ଡି ପଞ୍ଚାୟତର ପଟିଦିରି ଗ୍ରାମ ।ବାପା ସ୍ଵର୍ଗତ ଲକ୍ଷ୍ମଣ ମୁର୍ମୁ ଙ୍କ କରୋନା ସମୟରେ ଦେହାନ୍ତ ହୋଇଥିଲା । ଵହଳଦା ପୋଲିସ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚିବା ସହ ଏକ ମାମଲା କେଶ ନମ୍ବର ୭୪/୨୪ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ଖବର ପାଇ ପଣ୍ଡୁପାଣି ତାଙ୍କର ସହପାଠୀ, ଗ୍ରାମବାସୀ,ଶୁଭେଛୁ,ଜ୍ଞାତି ପରିଜନ, ପଣ୍ଡୁପାଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ମାନେ ହସ୍ପିଟାଲ ରେ ପହଞ୍ଚି ତାଙ୍କର ସାଥୀଙ୍କ ଶେଷ ଦର୍ଶନ ସହ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।ସନତ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ,କର୍ତଵ୍ଯନିଷ୍ଠ ଶିକ୍ଷକ ଥିଲେ । ତାଙ୍କୁ ହରାଇ ଶୁଭେଛୁ,ନିଜ ପୈତୃକ ଗ୍ରାମ ଏବଂ ପଣ୍ଡୁପାଣି ସ୍କୁଲରେ ଛାତ୍ରଛାତ୍ରୀ ମହଲରେ ଶୋକରେ ଛାୟା ଖେଳିଯାଇଛି ।ସେ ୨ ଜାନୁଆରୀ ୨୦୨୩ ମସିହାରେ ପଣ୍ଡୁପାଣି ସ୍କୁଲରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ ।ଏହି ସପ୍ତାହକ ମଧ୍ୟରେ ଜଣେ ବୃଦ୍ଧା,ଜଣେ କଲେଜ ଛାତ୍ରୀ ଏବଂ ଜଣେ ଶିକ୍ଷକଙ୍କ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରେ ବାମନଘାଟୀ ଅଂଚଳ ବାସୀଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |