Img 20240210 Wa0204

ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

sports

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ୧ନଂ ୱାର୍ଡ କାଉନସିଲର ସୁକେଶିନୀ ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେବଳ ୧ ନଂ ୱାର୍ଡର ୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି I ପ୍ରଥମ ଦିନର ପ୍ରଥମ ମ୍ୟାଚରେ ଭି ଆର ସି ସି ଦଳ ଭି ଏ ସି ସି ଦଳକୁ ୧୦ ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଭି ଏ ସି ସି ଦଳ ୧୦ ଓଭରରେ ୬ ଉଇକେଟ ହରାଇ ୭୨ ରନ କରିଥିଲେ I ଉତ୍ତରରେ ଭି ଆର ସି ସି ୪ ଓଭରରେ କୌଣସି ଉଇକେଟ ନହରାଇ ୭୭ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ସଙ୍ଗମ ନାୟକ ୩୫ ରନ କରିଥିଲେ I ଦ୍ଵିତୀୟ ମ୍ୟାଚରେ ଭି ଏସ ସି ସି ଦଳ ଭି ଡି ସି ସି କୁ ୮ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଭି ଡି ସି ସି ଦଳ ୧୦ ଓଭରରେ ୫ ଉଇକେଟ ହରାଇ ୧୧୨ ରନ କରିଥିଲେ I ଉତ୍ତରରେ ଭି ଏସ ସି ସି ଦଳ ୬.୩ ଓଭରରେ ୨ ଉଇକେଟ ହରାଇ ୧୧୪ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଆଶିଷ ସେଠି ୭୪ ରନ କରିଥିବା ବେଳେ ଦୀପକ ବାରିକ ୩ ଟି ଉଇକେଟ ଅକ୍ତିଆର କରିଥିଲେ I ତୃତୀୟ ମ୍ୟାଚରେ ଭି ଟି ସି ସି ଦଳ ଭି ବି ସି ସି ଦଳକୁ ୪୩ ରନରେ ପରାସ୍ତ କରିଥିଲେ I ପ୍ରଥମେ ବ୍ୟାଟିଂ କରି ଭି ଟି ସି ସି ଦଳ ୧୦ ଓଭରରେ ୩ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲେ I ଉତ୍ତରରେ ଭି ବି ସି ସି ଦଳ ୧୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୮୦ ରନ ସଂଗ୍ରହ କରିପାରିଥିଲେ I ରାଜୀବ ଲୋଚନ ପ୍ରଧାନ ୫୫ ରନ କରିଥିଲେ I ବୁବୁନ ବାରିକ, ଅନିଲ ମହାପାତ୍ର, ଦୀପକ କୁମାର ଗିରି ଓ ଦୀପକ କୁମାର ବାରିକ ଖେଳ ପରିଚାଳନା କରିଥିବା ବେଳେ ଅନିଶ ମିଶ୍ର ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠି ଓ ବରିଷ୍ଠ ଖେଳାଳି କୈଳାଶ ଚନ୍ଦ୍ର ବେହେରା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ I କ୍ଷିତୀଶ ଚନ୍ଦ୍ର ମହାକୁଡ଼ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସାହାଯ୍ୟ କରିଥିଲେ I