Onn 3

ସମସ୍ୟାରେ ଆଗରପଡ଼ା ମହାବିଦ୍ୟାଳୟ : ୧୮ ଦଫା ଦାବି ଉପସ୍ଥାପନା କଲେ ଛାତ୍ରଛାତ୍ରୀ

State

ଆଗରପଡ଼ା,ତା୭/୭ :ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ୍‌ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଅନ୍ୟତମ ପ୍ରମୁଖ ଆଗରପଡ଼ା ମହାବିଦ୍ୟାଳୟ ଠାରେ । ୪୩ ବର୍ଷ ବୟସରେ ଏହି ମହାବିଦ୍ୟାଳୟ ପଦାର୍ପଣ କରିଥିଲେ ସୁଦ୍ଧା ଉକ୍ତ ମହାବିଦ୍ୟାଳୟରେ ବହୁ ସମସ୍ୟା ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୧୮ ଦଫା ଦାବି ଅଧ୍ୟକ୍ଷଙ୍କ ନିକଟରେ ଶୁ୍‌କ୍ରବାର ଉପସ୍ଥାପନା କରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ପ୍ରମୁଖ ଦାବି ଗୁଡ଼ିକ ହେଲା;ମହାବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ରାଧାକୃଷ୍ଣ ମହାନ୍ତିଙ୍କ ନୂତନ ପ୍ରତିମୂର୍ତ୍ତୀ ନିର୍ମାଣ ସହ ତାଙ୍କ ଜନ୍ମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପ୍ରତିବର୍ଷ ପାଳନ,ଅଭିଭାବକଙ୍କୁ କଲେଜ ପରିଚାଳନା କମିଟିରେ ଚୟନ,ଖାଲିପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ପଦବୀ ପୂରଣ,ବାଣିଜ୍ୟ ବିଭାଗକୁ ଅନୁମୋଦନ,ଅନର୍ସ ସିଟ୍ ସଂଖ୍ୟା ବୃଦ୍ଧି,ଉନ୍ନତମାନର କ୍ୟାଟିନ୍‌,ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା,ସାଇକେଲ ସ୍ଟାଣ୍ଡରେ ସିସି କ୍ୟାମେରାର ବନ୍ଦୋବସ୍ତ,ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂତନ କମନରୁମ୍‌,ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଚୟନ, ମହାବିଦ୍ୟାଳୟ ପରିସରକୁ ଅଣଛାତ୍ରଙ୍କ ପ୍ରବେଶକୁ ବନ୍ଦ,କ୍ରିଡ଼ା ପାଇଁ ସମସ୍ତ ଉପକରଣର ବ୍ୟବସ୍ଥା, ଖେଳ ପଡ଼ିଆରେ ଷ୍ଟାଡ଼ିୟମ ନିର୍ମାଣ, ପ୍ରତିମାସରେ ଅଭିଭାବକଙ୍କ ସହ ବୈଠକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ନିମନ୍ତେ କ୍ୱାଟର ନିର୍ମାଣ ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ ।