Onn 3

ବହୁବିଧ ସମସ୍ୟାରେ ବାଳିକା ହାଇସ୍କୁଲ : ଅଭିଭାବକଙ୍କ ପକ୍ଷରୁ ଆନ୍ଦୋଳନ ଚେତାବନୀ

State

ଆଗରପଡ଼ା,ତା୭/୭ :ଜିଲ୍ଲାର ଅନ୍ୟତମ ପୁରାତନ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ରାଉଳଙ୍କ ଆବାହକତ୍ୱ ଓ ସାମ୍ବାଦିକ ଅକ୍ଷୟ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍କୁଲ ପରିଚାଳନା କମିଟି ଗଠନ ସଭାରେ ସରପଂଚ ପ୍ରକାଶ ବିଶ୍ୱାଳ ଯୋଗ ଦେଇଥିଲେ । ମାତ୍ର କୋରମ ଅଭାବରୁ କମିଟି ଗଠନ ସ୍ଥଗିତ ରହି ପୁଣି ଆସନ୍ତା ୧୪ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ପୁର୍ବତନ ସରପଂଚ ସତ୍ୟବାନ ଦାସ,ମନମୋହନ ରାଉତ,ଗଗନ ସିଂହ,ଶ୍ୟାମସୁନ୍ଦର ଦାସ,ଟୁଟୁ ଦାସ ପ୍ରମୁଖ ଅଭିଭାବକ ସ୍କୁଲ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେବାକୁ ସ୍ଥିର କରିଥିଲେ । ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଅଭିଭାବକମାନେ ଚେତାବନୀ ଦେବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ; ଏହି ହାଇସ୍କୁଲ ୫-ଟିରେ ରୁପାନ୍ତରିତ ହୋଇ କାର୍ଯ୍ୟ ଚାଲୁଥିବା ବେଳେ ଛାତରୁ ପାଣି ଗଳିବା ସହ ପ୍ଲାଷ୍ଟର ଖଣ୍ଡ ସବୁ ଖସୁଛି । ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ସହ ବିଭିନ୍ନ ସମସ୍ୟା ଲାଗି ରହିଛି ।