Photo For The News Of Hariganga Pola

ହରିଗଙ୍ଗା ପୋଲ ତଳେ ଆବର୍ଜ୍ଜନା ଭର୍ତ୍ତି ଯୋଗୁଁ ଦୁର୍ଗନ୍ଧମୟ ପରିବେଶ

State

ଖବର ପ୍ରକାଶ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ଆଗରପଡ଼ା :କଥାରେ ଅଛି ଗାଁ ପରିମଳ ଧୋବା ତୁଠକୁ,ଠିକ୍ ସେମିତି ଆଗରପଡ଼ା ପ୍ରବେଶପଥରୁ ଜଣାପଡ଼ୁଛି ଏହି ଅଂଚଳ କେତେ ପରିଷ୍କାର । ସ୍ଥାନୀୟ କଲେଜ ଛକରୁ କୁପାରୀ ଆଡ଼କୁ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ହରିଗଙ୍ଗା ପୋଲ ସନି୍ନକଟ ରାସ୍ତା ପାଶ୍ୱର୍ରେ ବଜାର ସାରା ବାହାରୁଥିବା ସମସ୍ତ ଅଳିଆ,ଆବର୍ଜ୍ଜନା ସେଠାରେ ପକାଯାଉଥିବାର ଦେଖାଯାଉଛି । ଏମିତିକି ମଲା କୁକୁର ସହ ଅନ୍ୟାନ୍ୟ ଜିବଜନ୍ତୁଙ୍କ ମୃତଦେହ ସେହିଠାରେ ପଡ଼ୁଛି । ଯଦ୍ୱାରା ଚାଷ ଜମିରୁ ଜଳ ନିଷ୍କାସନ ହୋଇନପାରି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଉକ୍ତ ସମସ୍ୟାକୁ ନେଇ ବିଭିନ୍ନ ଗରମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ସୁଦ୍ଧା ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସୂଚନା ଅନୁଯାୟୀ;ହରିଗଙ୍ଗା ପୋଲ ଅପରପାଶ୍ୱର୍ରେ ବିଭିନ୍ନ ଅଳିଆ, ଆବର୍ଜ୍ଜନା ପଡ଼ୁଥିବାରୁ ବିଭିନ୍ନ ସମୟରେ ଚାଷ କାର୍ଯ୍ୟ କରିବାରେ ଚାଷୀମାନେ ନାନାଦି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି । ବର୍ଷାଦିନେ ବିଟିପୁର ପଂଚାୟତ ସ୍ଥିତ ଗଡ଼ସାହୀ, ବଂଗାଳୀସାହୀ, ମଥାପାଗିଆ, ହଳଦୀପହଣୀ ଆଦି ଗ୍ରାମବାସୀମାନଙ୍କ ଏକର ଏକର ଜମିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମି ରହିଥାଏ ଯଦ୍ୱାରା ପ୍ରତିବର୍ଷ ଧାନଚାଷ ଅମଳ ଠିକ୍ ଭାବେ ହୋଇ ପାରିନଥାଏ । ବେଳେବେଳେ ଚାଷୀମାନେ ନିଜ ପ୍ରଚେଷ୍ଟାରେ ପୋଲ ନିକଟରୁ ପାହାଡ଼ ପରି ରହିଥିବା ଅଳିଆ, ଅବର୍ଜ୍ଜନାକୁ ସଫା କରିବା ପରେ ଜଳନିଷ୍କାସନ ହୋଇଥାଏ ।

ମୁଖ୍ୟ କେନାଲ ବାମ ପାଶ୍ୱର୍ ଅଂଚଳ ରାଉତରାପୁର, ପୁରୁଷଣ୍ଢ, ବିଟିପୁର ଧୋବାସାହୀ, ଭବାନୀଗଂଜ, ହାଟ ଆଦି ଅଂଚଳ ଜଳ ବାହାରି ଚାଷ ଜମି ଦେଇ ପୋଲ ନିକଟରେ ନିଷ୍କାସନ ହୋଇଥାଏ । ରାସ୍ତା ପ୍ରଶସ୍ତିକରଣ ସମୟରେ ବିଭାଗ ତରଫରୁ ଉକ୍ତ ପୋଲକୁ ଅଧିକ ଉଚ୍ଚତା ଓ ଚଉଡ଼ା କରାଯାଇ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହି ପୋଲ ନିକଟରେ ଦୈନିକ ମାଛ ହାଟ ଓ ଅନ୍ୟ ଆମିଷ ଦୋକାନ ମାନ ଖୋଲା ଯାଇଥିବାରୁ ମାସ ମାଂସ ଦୋକାନରୁ ବାହାରୁଥିବା ଅଦରକାରୀ ଜିନିଷମାନ ମଧ୍ୟ ସେଠାରେ ଫିଙ୍ଗା ଯାଉଛି । ଏହି ବାଟ ଦେଇ ଲୋକମାନେ ଯିବାବେଳେ ଦୁର୍ଗନ୍ଧରେ ନାକଫାଟିପଡ଼ୁଛି । ଏହି ସ୍ଥାନରେ ଆବର୍ଜ୍ଜନାର ପାହାଡ଼ ସୃଷ୍ଟି ହେବାରୁ ଉକ୍ତ ଅଂଚଳରେ ଜଳ ନିଷ୍କାସନ ହୋଇନପାରି ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ୁଛି । ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଉକ୍ତ ଯୋଜନା ଏଠାରେ ସମ୍ପୁର୍ଣ୍ଣ ଫେଲ ମାରିଥିବା ଜଣାପଡ଼ିଛି । ସରକାରୀ ସ୍ତରରେ ଯଦି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୈାଣସି କିଛି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ଉକ୍ତ ସମସ୍ୟା ଅଂଚଳରେ ବଡ଼ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବବୋଲି ବୁଦ୍ଧିଜୀବୀଙ୍କ ସମେତ ଅଂଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।