Img 20240420 Wa0244

ଟିପିଏନଓଡିଏଲ ଆନୁକୁଲ୍ୟରେ ଆଗ୍ନିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

State

ବାରିପଦା:  ମଣିଷ ସବୁଠାରୁ ମୂଲ୍ୟ ହେଉଛି ତା’ର ଧନ ଓ ଜୀବନ ସୁରକ୍ଷା ।ଥରେ ଏହାଧ୍ବଂସ ଓ ବିଧ୍ବସ୍ତ ହୋଇଗଲେ ସେ ରାସ୍ତାର ଭିକାରୀ ହୋଇଯିବ । ସମସ୍ତ ପରିବାର ନଷ୍ଟ ସୋଇଯିବ । ତେଣୁ ଧନ ଓ ଜୀବନ ସୁରକ୍ଷା କୁ ନେଇ ଟିପିଏନଓଡିଏଲ ତରଫରୁ ସୁରକ୍ଷା ସପ୍ତାହ ଅଵସରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଵିଦ୍ଯୁତ ଉପଖଣ୍ଡ -୨ କାର୍ଯ୍ୟାଳୟ ତରଫରୁ ଯାମଦା ବିଦ୍ୟୁତ ଖଣ୍ଡ ଆନୁକୁଲ୍ୟରେ ଯାମଦା ହାଇସ୍କୁଲ ହଷ୍ଟେଲ ପ୍ରାଙ୍ଗଣରେ ଆଗ୍ନିକ ସୁରକ୍ଷା ସପ୍ତାହ ଅବସରରେ ଆଗ୍ନିକ ସଚେତନତା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟୁତ ଉପଖଣ୍ଡ- ୨ ,ଅଗ୍ନିଶମ ବିଭାଗ ଏବଂ ବିଦ୍ୟାଳୟ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟୁତ ଖଣ୍ଡ – ୨ ର ଅଥର୍ବ ଧୋମନେ, ଯୋଗ ଦେଇଥିଲେ ।ଇଂ ଚିରଞ୍ଜିବୀ ସାହୁ ଏବଂ ଅନ୍ୟ ବିଦ୍ୟୁତ ବିଭାଗ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ନିଆଁ ଜନିତ କାରଣ, ନିଆଁ କିଭଳି ନିଆଁ ଲିଭା ଯନ୍ତ୍ର ସାହାଯ୍ୟରେ ଲିଭାଯିବ,ଡେମୋନଷ୍ଟ୍ରେସନ,ଏଲପିଜି ରୁ ଗ୍ୟାସ ନିର୍ଗତ କୁ କିଭଳି ପ୍ରତିହତ କରାଯିବ,ଘରେ ନିଆଁ ଲାଗିଲେ କିଭଳି ଲିଭାଯିବ ମକଡ୍ରିଲ ଦ୍ଵାରା ପ୍ରଶିକ୍ଷଣ କରାଯାଇଥିଲା ।