Onn 3

ଅନ୍ତର୍ଜାତୀକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ କୁ ସମଗ୍ର ଜିଲ୍ଲାରେ ପାଳନ କରିବ ଭଞ୍ଜସେନା

State

ବାରିପଦା: ପୂର୍ଵ ଗଡଜାତ ମୟୁରଭଞ୍ଜ ରାଜ୍ୟର ଅନ୍ୟତମ ପ୍ରଜାବତ୍ସଳ ମହାରାଜା ଶ୍ରୀ ପୁର୍ଣଚନ୍ଦ୍ର ଭଞ୍ଜଦେଓଙ୍କ ତିରୋଧାନ ଦିବସ ତଥା ଅନ୍ତର୍ଜାତୀକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଆମ ମୟୁରଭଞ୍ଜ ଜିଲ୍ଲା, ଓଡିଶା ରାଜ୍ୟ ତଥା ଦେଶର ସମସ୍ତ ମହାତ୍ମା,ବରପୁତ୍ର ତଥା ଆମ ପୂର୍ବପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସଖାଳ ଛଅ ଘଟିକା ଠାରୁ ନଅ ଘଟିକାମଧ୍ୟରେ ମୟୁରଭଞ୍ଜ ର ଏକମାତ୍ର ସଂଗ୍ରାମୀ ଯୁବ ଛାତ୍ର ସଂଗଠନ “ଭଞ୍ଜସେନା” ତରଫରୁ ଧୋଇ ସଫା କରିବା ସହିତ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସଂଗଠନ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |