Img 20240504 Wa0215

ସମାଜସେବୀ ଅରୂପଙ୍କ ଅକାଳ ମୃତ୍ୟୁ କୁ ନେଇ ଭଂଜପୁର ଅଂଚଳରେ ଶୋକର ଛାୟା

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧ ନଂ ୱାର୍ଡର ବୁଢ଼ୀଖମାରୀ ଅଂଚଳର ଅରୂପ କୁମାର ବେହେରା ଆଜି ସକାଳ ପ୍ରାୟ ୫ ଟା ବେଳେ ୫୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I ତାଙ୍କର ଅକାଳ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଅଛି l ମୃତ୍ୟୁ ସମୟରେ ତାଙ୍କ ମା’, ଧରମପତ୍ନୀ ବାସନ୍ତୀ ମିଶ୍ର, ପୁତ୍ର ଏ କେ ସାଗର, କନ୍ୟା ଏ କେ ଶ୍ରାବଣୀ ତଥା ଅନ୍ୟାନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ I ଖବର ପାଇ ସ୍ଥାନୀୟ କାଉନସିଲର ସୁକେଶିନୀ ସେଠି, ବିଧାୟକ ରାଜକିଶୋର ଦାସ ଓ ତାଙ୍କ ପତ୍ନୀ ପ୍ରୀତିନନ୍ଦ କାନୁନଗୋ, ଡଃ ଶଶୀକାନ୍ତ ସେଠି, ପୂର୍ବତନ କାଉନସିଲର ପ୍ରଶାନ୍ତ ପଟ୍ଟନାୟକ, ସମାଜସେବୀ ଅମର କୁମାର ସେଠୀ ତଥା ସ୍ଥାନୀୟ ଓ ବାରିପଦାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିବାର ବର୍ଗଙ୍କୁ ଶାନ୍ତ୍ୱନା ଦେଇଥିଲେ I ଫୁକୁ ନାମରେ ବେଶ ପରିଚିତ ଅରୂପ ଜଣେ ବିଶିଷ୍ଟ ସମାଜସେବୀ ଥିଲେ I ସେ ତାଙ୍କ ଜୀବନରେ ପ୍ରାୟ ୨ ଶହରୁ ଅଧିକ ଶବ ଦାହ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିଥିଲେ I ସ୍ଥାନୀୟ ଅଂଚଳରେ ସମସ୍ତଙ୍କୁ ସୁଖ ଦୁଃଖର ସାଥି ଥିଲେ ଅରୂପ I ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ଭଂଜପୁର ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା I ଶତାଧିକ ବ୍ୟକ୍ତିଙ୍କ ସହ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ସାମିଲ ହୋଇ ବାରୁଣୀ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଶେଷ ଯାତ୍ରାରେ ସାମିଲ ହୋଇଥିଲେ I ଯେଉଁ ବାରୁଣୀରେ ଦିନେ ଶହ ଶହ ଶବ ଦାହରେ ସହଯୋଗ କରୁଥିବା ଅରୂପ ସେଠାରେ ଶେଷରେ ପାଞ୍ଚଭୁତରେ ଲୀନ ହୋଇଗଲେ I ତାଙ୍କ ପୁତ୍ର ସାଗର ମୁଖାଗ୍ନି ଦେଇଥିଲେ I ଖବର ପାଇ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି I