Onn 3

କଂଗ୍ରେସ, ସିପିଆଇ, ସିପିଏମ ତରଫରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

State

ବାରିପଦା: ଆଜି କଂଗ୍ରେସ, ସିପିଆଇ, ସିପିଏମ (ଇଣ୍ଡିଆ ମେଣ୍ଟ) ମୟୁରଭଞ୍ଜ ତରଫରୁ ଆମ ଜିଲ୍ଲାରେ ରେଳ ଚଳାଚଳ ସମ୍ବନ୍ଧରେ ଜନଦାବି ଗୁଡିକୁ ଭାରତ ସରକାରଙ୍କ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଷ୍ଟେସନ ମ୍ୟାନେଜର ବାରିପଦା ଙ୍କ ଜରିଆରେ ପ୍ରଦାନ କରାଗଲା। ଇଣ୍ଡିଆ ମେଣ୍ଟ ମୟୁରଭଞ୍ଜ ତରଫରୁ ଆମ ଜିଲ୍ଲାରେ ରେଳ ଚଳାଚଳ ନିମନ୍ତେ ଜନଦାବି ଗୁଡିକ ହେଲା;
(୧) ଭଞ୍ଜପୁର – ବାଙ୍ଗିରିପୋଷି – ରୁପ୍ସା ଚାଲୁଥିବା ଡିଏମୟୁ ଟ୍ରେନ କୁ ପୂର୍ବଭଳି ବାଲେଶ୍ଵର ପର୍ଯ୍ୟନ୍ତ ଚଳାଯାଉ।
(୨) ମାତ୍ରାଧିକ ବସ ଭଡାରୁ ତ୍ରାହି ପାଇବା ପାଇଁ ରାତ୍ରି କାଳିନ ଏକ ଟ୍ରେନ ବାଙ୍ଗିରିପୋଷି ରୁ ପୁରୀ ପର୍ଯ୍ୟନ୍ତ ଦୈନିକ ଚଳାଯାଉ ।
(୩) ବାଙ୍ଗିରିପୋଷି ରୁ ପୁରୀ ଚାଲୁଥିବା ଦୈନିକ ଟ୍ରେନ ରେ ସାଧାରଣ ବଗି ସଂଖ୍ୟା ଅଧିକ କରାଯାଉ ।
(୪) ବ୍ଯବସାୟିକ ଦୃଷ୍ଟି କୋଣରୁ ଦୈନିକ ବାଙ୍ଗିରିପୋଷି ରୁ କଲିକତା ଟ୍ରେନ ଚଳାଯାଉ।

ଆଜିର ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳରୁ ଶାନ୍ତନୁ ପାଲ,ନିର୍ମଳ ପ୍ରଧାନ,ବୁଧୁରାମ ସିଂ,ସିପିଆଇ ତରଫରୁ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସଂଜିବ ବଳ, କ୍ଷିତିଶ ସାସମଲ, ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ସିପିଏମ ତରଫରୁ ରବି ଗୋସ୍ୱାମୀ, ଅମଲ ଦେ, ରଘୁନାଥ ପଣ୍ଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁବାସ ତ୍ରିପାଠୀ, କାର୍ତ୍ତିକ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, କାହ୍ନୁଚରଣ ବେହେରା, ମହେଶ୍ୱର ବେହେରା, ପ୍ରଶନ୍ନ ପାତ୍ର, କାମେଶ୍ବର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।