Naveen Mohan

ବିଜୁ ଜୟନ୍ତୀରେ ଯୋଗ ଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ୱର : ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ ଅତିଥିଭାବେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।  ଆସନ୍ତାକାଲି ଜୟଦେବ ଭବନରେ ସଂଧ୍ୟା ୭ଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି ରାଜ୍ୟ ସରକାର ।  ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ନେଇ ବିଜେଡିର ସମାଲୋଚନା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ । ଏଥିରେ କାହାର ସନ୍ଦେହ ନାହିଁ । ବିଜୁ ବାବୁ ବିଜେଡିର ସମ୍ପତି ନଥିଲେ ଜାତୀୟ ସମ୍ପତି ଥିଲେ । ଓଡ଼ିଶା ପାଇଁ ଗୌରବ ଆଣିଥିଲେ ।

ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ । ବିଜୁ ବାବୁଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ତାଙ୍କର ଜୟନ୍ତୀ ଓ ତିରୋଧାନ ଦିବସ ବିଜେଡି କି ସରକାରଙ୍କ ନୁହେଁ । ଏହା ଜନସାଧାରଣଙ୍କ ଦାୟିତ୍ଵ । ତେଣୁ ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ବି ପାଳନ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।