Img 20240420 Wa0207

ଏନ.ସି.ସି କ୍ୟାଡେଟ ମାନଙ୍କ ଦ୍ୱାରା ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଏନ୍‌.ସି.ସି ମୁଖ୍ୟ ମେଜର ପ୍ରଣବ କିଶୋର ମହାପାତ୍ର. ସେ ଦୀର୍ଘ ୩୫ ବର୍ଷ ଆମ ଏହି ମହାବିଦ୍ୟାଳୟରେ ପ୍ରଶିକ୍ଷଣ ଦେଇ ଆସୁଥିଲେ l ତାଙ୍କର ମହତ୍ତ୍ଵପୂର୍ଣ୍ଣ ପ୍ରଶିକ୍ଷଣ ଯୋଗୁଁ ବହୁ ଏନ୍‌.ସି.ସି କ୍ୟlଡେଟ୍ ଉପକୃତ ହୋଇଚ୍ଛନ୍ତି ଓ ଜୀବନରେ ସଫଳତା ହାସଲ କରିଛନ୍ତି l ଆସନ୍ତା ମାସ ତା ୩୧ ମେ ୨୦୨୪ ରିଖ ସିଏ ଅବସର ନେଉଛନ୍ତି l ତାଙ୍କର ନିମନ୍ତେ ଆଜି ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ପୁରାତନ ଏବଂ ବର୍ତ୍ତମାନ ର ଏନ.ସି.ସି କ୍ୟାଡେଟ ମାନଙ୍କ ଦ୍ୱାରା ବିଦାୟ ସମ୍ବର୍ଦ୍ଧନା ଉତ୍ସବ ତା ୨୦/୦୪/୨୦୨୪ ରିଖ ଅନୁଷ୍ଠିତ ହୋଇଛି l ଏଥିରେ ଆମ ମହାବିଦ୍ୟାଳୟର ମୁଖ୍ୟ ଅଧକ୍ଷ୍ୟ ଡକ୍ଟର ପ୍ରମୋଦ ଚନ୍ଦ୍ର ସାହୁ ଓ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ତଥା ପୂର୍ବତନ ଏନ.ସି.ସି କ୍ୟାଡେଟ ଯଥାକ୍ରମେ ନନ୍ଦକିଶୋର ବେହେରା,ରାକେଶ ବେହେରା, ବଦ୍ରିନାଥ ସିଂ, ଶିବଦତ୍ତ ମହାନ୍ତ, ବିସ୍ମୟ ମହାନ୍ତ, ଅମର କୁମାର ବୁଡୁ , ସକଲାଲ କିସ୍କୁ, ଆଦି ଉପସ୍ଥିତ ରହିଥିଲେ l ବର୍ତମାନ ର S.U.O ଜ୍ୟୋତିର୍ମୟୀ ମହାନ୍ତି ସଭା ପରିଚାଳନା ର ଦାୟିତ୍ଵ ନେଇଥିଲେ l

ଶେଷ ପର୍ଯ୍ୟାୟ ରେ ସାର୍ ନିଜର ପୁରୁଣା ସ୍ମୃତି କୁ ସମସ୍ତ ଙ୍କ ଆଗରେ ବର୍ଣ୍ଣନl କଲେ ଓ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେବା ସହ ନିଜର ବକ୍ତବ୍ୟ ରଖିଲେ l ବହୁ ଶିକ୍ଷକ ଏବଂ ପୁରାତନ ଛାତ୍ର ମଧ୍ୟ୍ୟ ଅଭିଭାଷଣ ସମୟ ରେ ମେଜର ସାର ଙ୍କ ସହିତ ଥିବା ଅନୁଭୂତି କୁ ବୋଖାଣୀ ଥିଲେ l
ଶେଷ ରେ ଏହି କରୁଣ ବେଳାରେ ସାର୍ ଙ୍କୁ ସମବେଦନା ପୂର୍ବକ କେକ୍ କଟାଯାଇଥିଲା l ପିଲା ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ସାରଙ୍କୁ ଉପହାର ଦେବା ସହିତ ସାରଙ୍କ ସହିତ ଥିବା ପ୍ରତେକ ସ୍ମୃତି ର ଏକ ଭିଡିଅ କରି ସମସ୍ତ ଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯାଇଥିଲା l