Rwe

ପ୍ରତିମୂର୍ତ୍ତି ସଫେଇ ଅଭିଯାନ ପାଇଁ ପ୍ରସ୍ତୁତି, ଆଜି ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ

State

ବାରିପଦା  : ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବରପୂତ୍ରଙ୍କ ପ୍ରତିମୂର୍ତ୍ତି ସଫେଇ ଅଭିଯାନ ପାଇଁ ପ୍ରସ୍ତୁତି ହୋଇଛି l ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ 2017 ମସିହାରୁ ଏପ୍ରିଲ ୨୧ ତାରିଖ କୁ ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଏବଂ ସଂରକ୍ଷଣ ଦିବସ ଭାବେ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରିବାକୁ ସଂସ୍କୃତି ସଚେତନ ନାଗରିକ ଏବଂ ବିଭିନ୍ନ ସଂଗଠନକୁ ନିବେଦନ କରା ଯାଇଛି l ବାରିପଦା ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ସମସ୍ତ ପ୍ରତିମୂର୍ତ୍ତି ସ୍ଥଳ କୁ ସଫେଇ କରିବା ସହିତ ପ୍ରତିମୂର୍ତ୍ତି ଗୁଡ଼ିକୁ ଧୋଇ ସାରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଆମେ ମୟୂର ଭଞ୍ଜିଆ ସଂଗଠନ ର ଅନୁରୋଧ କ୍ରମେ ବାରିପଦା ପୌରପରିଷଦ ଏହି ସଫେଇ ଅଭିଯାନ ରେ ସାମିଲ୍ ହେବାକୁ ସ୍ଵୀକୃତି ପ୍ରଦାନ କରିଥିବା ବେଳେ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ, ଆମେ ଭଞ୍ଜଵୀର, ରୋଟାରୀ କ୍ଳବ୍ ବାରିପଦା , ଭଞ୍ଜସେନା ସମେତ ବିଭିନ୍ନ ସଂଗଠନ , ବିଭିନ୍ନ ଶିକ୍ଷାନଷ୍ଠାନ ମଧ୍ୟ ସହମତି ଦେଇଛନ୍ତି l ସୂଚନା ମୁତାବକ ବାରିପଦା ସହର ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ଆସନ୍ତା ରବିବାର ଏପ୍ରିଲ 21 ରେ ପୂଣ୍ୟ ତିଥି ଥିବାରୁ ତାଙ୍କରି ପ୍ରତିମୂର୍ତ୍ତି ସ୍ଥଳରେ ସକାଳ ସାଢେ଼ 6 ଟା ସମୟରେ ସଫେଇ ସହ ପ୍ରତିମୂର୍ତ୍ତିକୁ ଗୋଧୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସହର ର ଅନ୍ୟ ପ୍ରତିମୂର୍ତ୍ତି ଗୁଡ଼ିକୁ ସମସ୍ତଙ୍କ ମିଳିତ ସହଯୋଗ ରେ ସଫା କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମହାପୁରୁଷ ମାନେ ଆମ ଜାତିର ଚିର ନମସ୍ୟ ହୋଇଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ଅସନା ହୋଇ ରହିଥାଏ l ପ୍ରତିମୂର୍ତ୍ତି ଗୁଡ଼ିକ ଉପରେ ପଡିଥିବା ଶୁଖିଲା ଫୁଲମାଳ ଭାରି ଅପରିଷ୍କାର ଦେଖାଯାଏ l ତେଣୁ ଆମ ପୂର୍ବ ପୁରୁଷଙ୍କ ପ୍ରତି ଯଥୋଚିତ ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ ପାଇଁ ସବୁଠି ବିଶ୍ବ ସଫେଇ ଦିବସ ପାଳନ କରିବାକୁ ଆମେ ମୟୂର ଭାଞ୍ଜିଆ ସଂଗଠନ ପକ୍ଷରୁ ଆହ୍ବାନ ଦିଆ ଯାଇଛି l