Img 20240419 Wa0275

ମତଦାନ ପ୍ରକ୍ରିୟାକୁ ସୁଦୃଢ ଏବଂ ଜ୍ଞାନ ବର୍ଦ୍ଧକ କରାଇବା ପାଇଁ ଭୋଟର ସଚେତନତା ଅଭିଯାନ କାର୍ଯ୍ୟକ୍ରମ

State

ବାରିପଦା:  ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ(SVEEP) କାର୍ଯ୍ୟକ୍ରମ କୁ ସୁଦୂର ପ୍ରସାରି ଏବଂ ଫଳପ୍ରସୂ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲ ପ୍ରଶାସନ ପକ୍ଷରୁ ଅଭିନଵ ପ୍ରୟାସ କରାଯାଉଛି ।

ଏହି କ୍ରମରେ ସାଧାରଣ ଜନତା ତଥା ସମସ୍ତ ବର୍ଗ ର ମତଦାତା ବିଶେଷ କରି ଆଗାମୀ ନିର୍ବାଚନ ରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ଯୁବ ଭୋଟର ମାନଙ୍କ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣପୂର୍ବକ ସାମ୍ବିଧାନିକ ମୌଳିକ ମତଦାନ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରିବା ଏବଂ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ନିର୍ବାଚନରେ ମତଦାତା ଙ୍କ ଦାୟିତ୍ୱ ଓ ପ୍ରତ୍ୟେକ ଟି ଭୋଟର ଗୁରୁତ୍ୱ ସମ୍ଭନ୍ଧ ରେ ଏକ ସଚେତନତା କାର୍ଯ୍ୟକ୍ରମ ରାଇରଙ୍ଗପୁର ପୌରପାଳିକା ତରଫରୁ ବଡବନ୍ଧଠାରେ ଅନୁଷ୍ଠିତ ହୋଇଯାଇଛି. ।
ଉକ୍ତ କାଯ୍ୟକ୍ରମରେ ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ପୌରାଞ୍ଚଳ ମନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି, ନୀଳକଣ୍ଠ ବିଶ୍ବାଳ, ଆକାଉଣ୍ଟାଣ୍ଟ ତନ୍ମୟ ପଣ୍ଡା ତହସିଲର ନିହାର ପାତ୍ର,ଆର ଆଇ ସୁନାରାମ ବାବୁ,ଆର ଆଇ ନମିତା ସେଠୀ,ଆର ଆଇ ମହାକୁଡ ମାଡାମ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ମଧ୍ୟରେ ଏହା କିପରି ସୁଦୂର ପ୍ରସାରି ହୋଇପାରିବ ଯଦ୍ୱାରା ନିର୍ବାଚନରେ ମତଦାତା ଙ୍କ ଅଂଶ ଗ୍ରହଣ ଅଧିକ ରୁ ଅଧିକ ହେବ ସେ ସମ୍ଭନ୍ଧ ରେ ବାର୍ତ୍ତା ପ୍ରଦାନ କରିଥିଲେ.

ସାଧାରଣ ଜନତା ତଥା ସମସ୍ତ ବର୍ଗ ର ଭୋଟର ମାନଙ୍କ ସମାଗମ କୁ ଦୃଷ୍ଟି ରେ ରଖି ସାପ୍ତାହିକ ହାଟ ପରିସର ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଭୋଟର ମାନଙ୍କୁ ନିର୍ବାଚନ ସମ୍ଭନ୍ଧୀୟ ବିଭିନ୍ନ ବିଷୟରେ ଶିକ୍ଷା ଦେବା ସହ ମତଦାତା ଙ୍କ ମତଦାନ ର ସମ୍ପୂର୍ଣ୍ଣ ପ୍ରକ୍ରିୟା କୁ ଉପସ୍ଥିତ ସାଧାରଣ ଜନତା ଙ୍କୁ ସରଳ ଭାବେ ବୁଝାଇ ଦିଆଯାଇଥିଲା. ଏତଦ ବ୍ୟତୀତ ମତଦାତା ଙ୍କ ସହଜ ଓ ସରଳ ବୋଧଗମ୍ୟ ପାଇଁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମ ରେ ମଧ୍ୟ ଭୋଟର ସଚେତନତା ସୃଷ୍ଟି କରାଯାଇ ମତଦାତା ମାନେ କିପରି ଅଧିକ ରୁ ଅଧିକ ସଂଖ୍ୟାରେ ନିର୍ବାଚନ ରେ ଅଂଶ ଗ୍ରହଣ କରି ସେମାନଙ୍କ ସାମ୍ବିଧାନିକ ମୌଳିକ ମତଦାନ ଅଧିକାର କୁ ବ୍ୟବସ୍ଥିତ ଢଙ୍ଗରେ ସାବ୍ୟସ୍ତ କରିବେ ସେ ବିଷୟରେ ପରାମର୍ଶ ଦିଆଯାଇଥିଲା.।

ଗଣତନ୍ତ୍ର ର ଏହି ମହାନ ପର୍ବ ରେ ସାମିଲ ହୋଇ ନିଜ ନିଜ ସାମ୍ବିଧାନିକ ମୌଳିକ ଅଧିକାର କୁ ସୁଚାରୁ ସମ୍ପାଦନକରିବା ପାଇଁ ନିବେଦନ କରାଯାଇଥିଲା । କିଛି ହାଟୋଇ,ପଥିକ,ମହିଳା ଯୁବକଙ୍କୁ ନେଇ ହେଲେବି ମାଧ୍ୟମରେ ଫଟୋ ଉଠାଯାଇ ଜନ ସାଧାରଣଙ୍କୁ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସଚେତନତା କରାଯାଇଥିଲା