Metro 2

ମେଟ୍ରୋ ପାଇଁ ଡକା ହେଲା ଟେଣ୍ଡର, ବିମାନବନ୍ଦରରୁ ଆଚାଯ୍ୟ ବିହାର ପାଇଁ ୬୩୦ କୋଟି

State

ଭୁବନେଶ୍ବର  : ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଆହ୍ନାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ଚାଲିବାକୁ ଥିବା ବେଳେ ଏବେ ବିମାନବନ୍ଦରରୁ ଆଚାଯ୍ୟ ବିହାର ଛକ ପଯ୍ୟନ୍ତ ରେଳଲାଇନ ବିଛାଯିବ । ଏଥିପାଇଁ ୬୩୦ କୋଟି ୬୫ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ସବୁଠୁ କମ ମୂଲ୍ୟ ଆହ୍ନାନ କରିଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ପ୍ୟାକେଜ ବିବିସି-୩ରେ ୬ଟି ମେଟୋ ଷ୍ଟେସନ ଯଥା କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ବର ରେଲୱେ ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏଲିଭେଟେଡ ବ୍ରିଜ ଢାଞ୍ଚା ନିର୍ମାଣ କରାଯିବ । ଏଥିସହ ୬ଟି ଷ୍ଟେସନ ନିର୍ମାଣ କରାଯିବ । ଏବେ ଗୋଟିଲ ରେଳ ଧାରଣା ବିଛାଯିବା ଭଳି କାମ ହେବ । ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବାକୁ ଥିବା ଷ୍ଟେସନ ପାଇଁ ଭାରତୀୟ ବିମାନ ବନ୍ଦର କତ୍ତୃପକ୍ଷଙ୍କ ଅନୁମତି ମିଳିନଥିବାରୁ ଏହାକୁ ପରବର୍ତ୍ତୀ ସମୟରେ ନିର୍ମାଣ କରାଯିବ । ଏଥିପାଇଁ ବିମାନବନ୍ଦରରୁ ୬୨୫ ମିଟର ଦୂରରୁ କାମ ହେବ । ପୂର୍ବରୁ ଯୋଜନା ହୋଇଥିବା ଶିଶୁଭବନ ଷ୍ଟେସନକୁ ବାଦ ଦିଆଯାଇଛି । ତେଣୁ ରାଜମହଲ ଓ ଶିଶୁଭବନ ଛକ ମଝିରେ ବାପୁଜୀନଗର ଷ୍ଟେସନ ନିର୍ମାଣ ହେବ । କାମଚଳା ବଜେଟରେ ମେଟ୍ରୋ ପକଳ୍ପ ପାଇଁ ୧ ହଜାର କୋଟି ଟଙ୍କା ମିଳିଛି ।