Upi Image

ନିର୍ବାଚନ ବେଳେ ଡିଜିଟାଲ ଓ୍ବାଲେଟ୍ ଓ ୟୁପିଆଇ ନେଣଦେଣ ଉପରେ ବି ନଜର ରଖିବେ ନିର୍ବାଚନ କମିସନ

National & International

ଶ୍ରୀନଗର : ଆସନ୍ତା ନିର୍ବାଚନକୁ ସ୍ବଚ୍ଛ କରିବାକୁ ନିର୍ବାଚନ କମିସନ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଡିଜିଟାଲ ଓ୍ବାଲେଟ୍ ନେଣଦେଣ ଉପରେ ବି ନଜର ରଖିବେ କମିସନ । ଅର୍ଥାତ ଫୋନପେ, ଗୁଗୁଲପେ, ଆମାଜନ ପେ ଆଦି ୟୁପିଆଇ ଭିତ୍ତିକ ନେଣଦେଣ ଉପରେ ନଜର ରଖାଯିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ରାଜୀବ କୁମାର ।

ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ରାଜୀବ କୁମାର କହିଛନ୍ତି ଯେ ସୁପ୍ରିମ୍ କୋର୍ଟ ଆମକୁ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ସ୍ୱଚ୍ଛତାକୁ ସମର୍ଥନ କରୁଛୁ । ଆମେ କ’ଣ କରୁଛୁ ତାହା ଜାଣିବାର ଅଧିକାର ଭୋଟରଙ୍କର ରହିଛି। ଏସବିଆଇ ଏହା ଆମକୁ ଦେଇଛି ଏବଂ ମୁଁ ଫେରି ଯାଇ ଡାଟା ଦେଖିବି । ଆମେ ଏହାକୁ ଠିକ୍ ସମୟରେ ପ୍ରକାଶ କରିବୁ। କିନ୍ତୁ ନିର୍ବାଚନ କମିସନର ନିଯୁକ୍ତି ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ ଏହା ମୋର କାମ ନୁହେଁ, କାରଣ ଏ ସମ୍ପର୍କରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ।

ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ସମେତ କେତେକ ବିଧାନସଭା ନିର୍ବାଚନ ହେବ। ଜମ୍ମୁ-କଶ୍ମୀରରେ ଆମେ ସବୁ ଦଳ ସହ ସାକ୍ଷାତ କରିଛୁ। ସିପିଏମ, ବିଜେପି, ପିଡିପି ଏହି ଦଳମାନେ ଆମକୁ ଭେଟିବାକୁ ଆସି କହିଥିଲେ ଯେ ନିର୍ବାଚନ ନିରପେକ୍ଷ ହେବା ଉଚିତ୍ ।