Puri 1697178970 750x430

ପାଳି ଖଟିବାକୁ ନେଇ ଶ୍ରୀମନ୍ଦିରରେ ହାତାହାତି ହେଲେ ଦୁଇ ସେବାୟତ

State

ପୁରୀ: ଆଜି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି । ପାଳି ଖଟିବାକୁ ନେଇ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ଘଟିଛି ଏହି ଘଟଣା ।

ହାତାହାତି ହୋଇଥିବା ଦୁଇ ସେବାୟତ ହେଲେ ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡା । ଏଥିରେ ସେବାୟତ ଶ୍ୟାମ ପଣ୍ଡା ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶ୍ୟାମଙ୍କ ଆଖି ଓ ଛାତିରେ ଆଘାତ ଲାଗିଥିବା ନେଇ ସୂଚନା ରହିଛି । ଏନେଇ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ବଡଦେଉଳରେ ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତି ହେବା କେତେଦୁର ଠିକ୍ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ, ସବୁ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଉଛି ।