Img 20240305 Wa0153

ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ୍ବ ଅନୁଷ୍ଠିତ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରକାଶ କରିଥିଲେ ଯେ ବଡ ହେବା ପାଇଁ ବଡ଼ ଘରେ ଜନ୍ମ ହେବା ଆବଶ୍ୟକ ନାହିଁ ମାତ୍ର ବଡ଼ ହେବା ପାଇଁ ଆତ୍ମବିଶ୍ୱାସ ଓ କୋଠର ପରିଶ୍ରମ ଦରକାର I ତତସହିତ ଅଳ୍ପ ବର୍ଷ ମଧ୍ୟରେ ବିଦ୍ୟାଳୟର ରୂପରେଖ ବଦଳିବା ସହ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଛି ବୋଲି ମଧ୍ୟ କହିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ସହ ଅଭିନଵ ଉପାୟରେ ବିଭିନ୍ନ କାର୍ଯ୍ୟକ୍ରମର ପରିବେଷଣ ପାଇଁ ପ୍ରଶଂସା କରିଥିଲେ I ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୁମୁକି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ଘଡେଇ ତଥା ୱାର୍ଡ ନଂ ୧୫ କାଉନସିଲର ନିରୁପମା ମହାନ୍ତି ପୁରସ୍କାର ବିତରଣ କରିବା ସହ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଳିକା ଶିକ୍ଷା ସଂଯୋଜକ ସପନ ପୃଷ୍ଟି, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସ୍ନେହଲତା ବେହେରା ଓ ତପସ୍ୱିନୀ ଦାଶ ଏବଂ ସି ଆର ସି ସି ଧନଞ୍ଜୟ ସାହୁ ତଥା ସମାଜସେବୀ ଅମର କୁମାର ସେଠି, ତ୍ରିରଙ୍ଗା କ୍ଲବର ଲିଟନ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ପାଲବାବୁ, ପ୍ରଧାନ ଶିକ୍ଷକ ସନ୍ତୋଷ ମହାନ୍ତି, ଅସୀମ ଚକ୍ରବର୍ତ୍ତୀ, ରାମଚନ୍ଦ୍ର ବେହେରା, କମଲ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ପ୍ରତିଭା ପୃଷ୍ଟି ଓ ସାଜନ ବେହେରା, କୁନି ସାହିତ୍ୟିକ ସପନ ପଢିହାରୀ, କୁନି କଳାକାର ଦେବସ୍ମିତା ସାବତ ଓ ମୃତିକା ଶିଳ୍ପୀ ଆଶିଷ ବିଶ୍ୱାଳ, ତୃତୀୟ ଶ୍ରେଣୀ ମେଧାବୃତ୍ତି ପାଇଥିବା ସାଇ ସମ୍ଭବ ରାଉତ ଓ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଜ୍ଞାନ ପ୍ରକଳ୍ପ ପାଇଁ ପୁରସ୍କୃତ ସତ୍ୟଜିତ ବେହେରା ସମେତ ପ୍ରାୟ ୧୫୦ ରୁ ଉର୍ଦ୍ଧ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କୁ ଜଣେ ବହୁ ପ୍ରତିଭାବାନ ଶିକ୍ଷକ ଭାବେ ତଥା ସଫଳ ନୃତ୍ୟ ନିର୍ଦ୍ଦେଶକ ରୁପମ ରାମଙ୍କୁ ସମ୍ମାନିତ କରାଯାଇଥିଲା I ଶିକ୍ଷକ ଗୌତମ ଦାସ, ସୌମ୍ୟ ଦାଶ, ଶିକ୍ଷୟତ୍ରୀ ସସ୍ମିତା ପାତ୍ର, ସୁମିତ୍ରା ରାଉତ, ୱାର୍ଡେନ ସରୋଜ କୁମାର ସାବତ, ଏକାଉଣ୍ଟେଣ୍ଟ ଗୌତମ ପଣ୍ଡା ଓ ଶିକ୍ଷକ ଗଣେଶ ବେହେରା ସମେତ ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ବିଦ୍ୟାଳୟ ତଥା ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଦେଇଥିଲା I