Onn 3

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି

Crime State

 

asst-collector

ରାଉରକେଲା:  ରାଉରକେଲା  ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହାତରେ ଲାଗିଥିବା ଭିସେରା ରିପୋର୍ଟ ରହିଛି ଏପରି ତଥ୍ୟ । ଭିସେରା ରିପୋର୍ଟ  ଆସିବା ପରେ ଏମିତି ସୂଚନା ଦେଇଛନ୍ତି ଏଚଆରପିସି ଡିଏସପି ବନିତା ମାଝୀ ।

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ଗତ ସେପ୍ଟେମ୍ବର ୧୯ ତାରିଖରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ରାଉରକେଲା ସେନସୋରି ପାର୍କ ପୋଖରୀରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ  ପରିବାର ଲୋକ ଏହାକୁ ବିରୋଧ କରୁଥିଲେ । ସେ ଏହାକୁ ହତ୍ୟା  ବୋଲି ଅଭିଯୋଗ କରି ତଦନ୍ତ ଦାବି କରିଥିଲେ ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁସ୍ମିତାଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିବା କୁହାଯାଇଛି । ପୋଲିସ ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳ ଓ ରାଉରକେଲା ଅତିରକ୍ତ ଜିଲ୍ଲାପାଳଙ୍କ ସମେତ ୨୦ ଜଣଙ୍କୁ ପଚରାପଚରି କରିଥିଲା ।