Img 20240305 Wa0304

ରାଜ୍ୟ ସ୍ତରୀୟ ନାଟ୍ୟମେଳାରେ ବାରିପଦାର ନାଟକ ‘ମଞ୍ଚମାୟା’ ମଞ୍ଚସ୍ଥ

State

ବାରିପଦା  : ନୟାଗଡ଼ ଜିଲ୍ଲାର ନାଟ୍ୟସଂସ୍ଥା ନାଟ୍ୟଧାରା ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ବାରିପଦାର ଅଗ୍ରଣୀ ଓମ ନାଟ୍ୟସଂସ୍ଥାର ନାଟକ ‘ମଞ୍ଚମାୟା’ I ବିଶିଷ୍ଟ ନାଟ୍ୟକାର ସଞ୍ଜୟ କୁମାର ହାତୀଙ୍କ ରଚିତ ତଥା ପ୍ରତିଷ୍ଠିତ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକରେ ଧୀର ବସା, ଜ୍ଞାନ ରଞ୍ଜନ ପଣ୍ଡା, ଜଗଦୀଶ ଦାସ, ଗୁହିରାମ ଜେନା, କୁମାର ବିବେକ, ଲକ୍ଷ୍ମୀପ୍ରିୟା ସେନାପତି ଓ ଶ୍ରୀଷ୍ଟି ସାନଭି ପାତ୍ର ଅଭିନୟ କରିଥିବା ବେଳେ ଆଲୋକରେ ଶ୍ରୀକାନ୍ତ ଚୌଧୁରୀ, ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ମଞ୍ଚ ପରିଚାଳନାରେ ଦେବାନନ୍ଦ ପାତ୍ର ସହାୟତା ପ୍ରଦାନ କରିଥିଲେ I ନୟାଗଡ଼ର ପଠାଣି ସାମନ୍ତ ଅଡିଟରିୟମରେ ମଞ୍ଚସ୍ଥ ହୋଇଥିବା ନାଟକରେ ଜଣେ ସଚ୍ଚୋଟ କଳାକାରଙ୍କ ଆତ୍ମଲିପିକୁ ନିଖୁଣ ଭାବେ ଅଭିନେତା ମାନେ ଅଭିନୟ ମାଧ୍ୟମରେ ପରିପ୍ରକାଶ କରି ଦର୍ଶକ ମାନଙ୍କୁ ବିମୋହିତ କରିପକାଇଥିଲେ I ଶେଷରେ ଅନୁଷ୍ଠାନ ତରଫରୁ ନିର୍ଦ୍ଦେଶକ ସମେତ ସମସ୍ତ ଅଭିନେତାଙ୍କୁ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା I