Onn 3

ଦଶମଶ୍ରେଣୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

State

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ଅଧ୍ୟୟନରତ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ପରିସରରେ ଆୟୋଜିତ ସଭାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମୁଣ୍ଡରେ ତିଳକ ଲଗାଇ ସେମାନଙ୍କ ଉଜ୍ଜଳମୟ ଭବିଷ୍ୟତର କାମନା କରିଥିଲେ ସମସ୍ତେ । ବିଦାୟୀ ଛାତ୍ରୀମାନେ ସ୍କୁଲରେ ପଢୁଥିବାବେଳେ ନିଜେ ଅଙ୍ଗେଲିଭାଇଥିବା କଥାକୁ କହିଥିଲେ । ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ,ବରିଷ୍ଠ ଶିକ୍ଷକ ଅଜିତ ରାଉଳ,ଭୀମସେନ ପାଲ,କୈଳାସ ପଣ୍ଡା,ସାଗରିକା ମହାନ୍ତି,ବନଜିନୀ ନାୟକ,ପ୍ରମୋଦିନୀ ସାହୁ,ରଂଜିତା ସିଅଳ,ଭାଗ୍ୟଶ୍ରୀ ପଣ୍ଡା,ବିଦ୍ୟୁତ୍‌ଲତା ଦାଶ,ସାବିତ୍ରୀ ଦାସ,ସୁଶାନ୍ତ ଜେନା,ଇତିଶ୍ରୀ ଜେନା,ଷ୍ଟାଲିନ ପାଣିଗ୍ରାହୀ,ବଳରାମ ସେଠୀ ଓ ମହେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।